Categories: ଜାତୀୟ

ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଗୃହରେ କହିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: ମୋଦି ସରକାରଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବୁଧବାର ଲୋକ ସଭାରେ ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଚର୍ଚ୍ଚା କରିବେ। ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରି ଏହାକୁ ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଆମ ନେତା ରାହୁଲ ଗାନ୍ଧୀ ଆଜି ଦିନ ୧୨ଟାରେ ବିରୋଧୀ ଦଳ ପକ୍ଷରୁ ଗୃହରେ ଆମ ପକ୍ଷ ରଖିବେ।

Share