Categories: ଜାତୀୟ

ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲାଗିଗଲା ୮୦ ଦିନ: ଗୌରବ ଗୋଗୋଇ

ନୂଆଦିଲ୍ଲୀ,୮।୮: ମୋଦି ସରକାରଙ୍କ ବିରୋଧରେ ସଂସଦରେ ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ଗୌରବ ଗୋଗୋଇଙ୍କ ଦ୍ୱାରା ଆରମ୍ଭ ହୋଇଛି। ଯେଉଁଥିରେ ବିରୋଧୀ କାହିଁକି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ମଣିପୁର ଉପରେ ନୀରବତା ଭାଙ୍ଗିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ଦିନ ସମୟ ନେଇଛନ୍ତି, ଆମେ ତାଙ୍କ ନୀରବତା ଭାଙ୍ଗିବାକୁ ଚାହୁଁଛୁ। ଏହି ସମୟରେ ବିରୋଧୀ ଏମ୍‌ପିମାନେ ମଧ୍ୟ ନାରାବାଜି କରିଛନ୍ତି।

 

Share