ଛତ୍ରପୁର, ଗଞ୍ଜାମ ଏନ୍‌ଏସିରେ ଆସିପାରେ ଅନାସ୍ଥା

ଛତ୍ରପୁର,୧୨ା୮(ସନ୍ତୋଷ ପାଢ଼ୀ):ଗଞ୍ଜାମ ଜିଲାର ଛତ୍ରପୁର ଓ ଗଞ୍ଜାମ ଏନ୍‌ଏସିରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ପରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏନ୍‌ଏସି ଓ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ବିଜେଡି କାଉନସିଲରମାନଙ୍କ ପକ୍ଷରୁ ଅନାସ୍ଥା ଅଣାଯାଉଛି। ତେଣୁ ଭାଜପାରୁ ବିଧାୟକ ନିର୍ବାଚିତ ହୋଇଥିବା ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଏନ୍‌ଏସିରେ ଭାଜପା ଅଧ୍ୟକ୍ଷା ଓ ଗଞ୍ଜାମ ଏନ୍‌ଏସିରେ ସ୍ବାଧୀନରୁ ଭାଜପାରେ ସାମିଲ ହୋଇଥିବା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆସିବା ସମ୍ଭାବନା ରହିଥିବା ଆଲୋଚନା ହେଉଛି। ଏହି ୨ ଏନ୍‌ଏସିରେ ବିଜେଡିର କାଉନସିଲରଙ୍କ ସଂଖ୍ୟା ଅଧିକ ରହିଛି।
ଲୋକଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହୋଇଥିଲେ। ଅନାସ୍ଥା ପାଇଁ ଦୁଇ ତୃତୀୟାଂଶ କାଉନସିଲରଙ୍କ ସମର୍ଥନ ଆବଶ୍ୟକ। ଉଭୟ ଏନ୍‌ଏସିରେ ବିଜେଡିର ଦୁଇ ତୃତୀୟାଂଶ କାଉନସିଲର ଅଛନ୍ତି। ୧୪ ଓ୍ବାର୍ଡକୁ ନେଇ ଗଠିତ ଛତ୍ରପୁର ଏନଏସିରେ ବିଜେଡିରୁ ୧୦ ଜଣ, ଭାଜପାରୁ ୩ ଜଣ ଓ ଜଣେ ସ୍ବାଧୀନ ଭାବେ କାଉନସିଲର ହୋଇଛନ୍ତି। ସ୍ବାଧୀନ କାଉନସିଲର ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଛନ୍ତି। ସେହିପରି ଗଞ୍ଜାମ ଏନଏସି ୧୨ଟି ୱାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ବିଜେଡିର ୧୧ଜଣ ଓ ଜଣେ ସ୍ବାଧୀନ କାଉନସିଲର ରହିଛନ୍ତି। ଦୁଇ ଏନ୍‌ଏସିରେ ବିଜେଡି କାଉନସିଲରଙ୍କ ସଂଖ୍ୟାଗରିଷ୍ଠତା ରହିଛି। ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଉଭୟ ଏନ୍‌ଏସି ଅଧ୍ୟକ୍ଷାଙ୍କ ବିରୋଧରେ ମଧ୍ୟ ଅନାସ୍ଥା ଆସିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।