Categories: ଜାତୀୟ

‘କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି…’, ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଜବାବ ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ, କ୍ଷେତରେ ଭିଡିଓ ଶୁଟିଂ କରାଯାଉଛି। ସେହିଭଳି ଏଚ୍‌ଏଏଲ କାରଖାନା ସମ୍ମୁଖରେ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଲଙ୍କାକୁ ହନୁମାନ ଜାଳିନାହାଁନ୍ତି, ଗର୍ବ ଜାଳିଛି। ଏହା ସେମାନେ କହୁଛନ୍ତି। ସେଥିପାଇଁ ସେମାନେ ୪୦୦ରୁ ୪୦ଟି ସିଟ ପାଇଛନ୍ତି। ନିକଟରେ ରାହୁଲ ଗାନ୍ଧୀ ହରିୟାଣାର ସୋନିପତ ଜିଲାର ଗୋହାନାର ଚାଷୀଙ୍କ ନିକଟକୁ ଯାଇଥିଲେ। ଏଠାରେ ସେ ଚାଷୀଙ୍କ ସହ ଧାନ ରୋପଣ କରିଥିଲେ ଏବଂ ଭିଡିଓରେ ସେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।

Share