Advertisement

ସରପଞ୍ଚଙ୍କ ବିରୋଧରେ ହେଲାନି ଅନାସ୍ଥା ଭୋଟ୍‌, ନିରାଶରେ ଫେରିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟମାନଙ୍କ ଅନାସ୍ଥା ପାଇଁ ଜାନୁଆରୀରେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଏହି କ୍ରମରେ ବାଲିଗୁଡ଼ା ଉପାଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏହି ସଂକ୍ରାନ୍ତରେ ଆଲୋଚନା ଓ ଗୁପ୍ତ ଭୋଟ୍‌ କରାଯିବାକୁ ନିର୍ଦ୍ଦେଶ ରହିଥିଲା। ଏହାକୁ ପରିଚାଳନା କରିବାକୁ ପ୍ରିଜାଇଡିଂ ଅଫିସର ଭାବେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବରଙ୍କୁ ନିର୍ଦ୍ଦେଶ ହୋଇଥିଲା କିନ୍ତୁ ଏହି ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ୨୧ଟି ୱାର୍ଡ ସଭ୍ୟ ରହିଥିବା ବେଳେ ୧୬ ଜଣ ନିର୍ଦ୍ଦେଶ ଅନୁସାରେ ପୂର୍ବାହ୍ନ ୧୧ଟା ସମୟରେ ପଞ୍ଚାୟତ ସମିତିର ସଭାଗୃହଠାରେ ଉପସ୍ଥିତ ହୋଇ ପ୍ରାୟ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇଥିଲେ। ତେବେ କୌଣସି କାରଣରୁ ପ୍ରିଜାଇଡିଂ ଅଫିସର ଅନୁପସ୍ଥିତ ହୋଇଥିଲେ ମଧ୍ୟ ୱାର୍ଡ ସଭ୍ୟଙ୍କୁ କୌଣସି ନୋଟିସ୍‌ ଦିଆଯାଇ ନ ଥିବାରୁ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ସେମାନଙ୍କୁ ଅପମାନିତ କରୁଥିବା ସେମାନେ ଅଭିଯୋଗ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ଉପସ୍ଥିତ ଥିବା ଓ୍ବର୍ଡ ସଭ୍ୟାସଭ୍ୟ୍‌ମାନେ ମତ ରଖିଛନ୍ତ।ନାଏବ ସରପଞ୍ଚ ଦୀପକ କୁମାର ପ୍ରଧାନଙ୍କ ସମେତ ରଶାନ୍ତ ପ୍ରଧାନ,କିଲି ପ୍ରଧାନ,ସୁନନ୍ଦା ପ୍ରଧାନ,ବୁଲେଶ୍ୱର ମଲିକ,ପ୍ରଶାନ୍ତ ପ୍ରଧାନ, ସୁନିତା ମଲିକ,ଝିଲି ପ୍ରଧାନ,ବୁନିତା ପ୍ରଧାନ,ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ଉପସ୍ଥିତ ସମସ୍ତ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ଅନୁପସ୍ଥିତି ଯୋଗୁ ଏହା ସ୍ଥଗିତ କରାଗଲା ବୋଲି ଜଣାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share