Categories: ଜାତୀୟ

କୌଣସି କୋର୍ଟ ଭ୍ରୁଣ ହତ୍ୟା କରିବାକୁ ଚାର୍ହିବେନି: ଗର୍ଭପାତ ନିର୍ଦ୍ଦେଶ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୧୦ : ସରକାର ଏକ ଡାକ୍ତରୀ ରିପୋର୍ଟ ଉପସ୍ଥାପନ କରିବା ପରେ ସୁପ୍ରିମକୋର୍ଟ ୨୬ ସପ୍ତାହ ଭ୍ରୁଣର ଗର୍ଭପାତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଗର୍ଭସ୍ଥ ଭ୍ରୁଣ ସକ୍ରିୟ ରହିଛି। ଏଥିରେ ଜୀବନର ଲକ୍ଷଣ ଦେଖାଯାଉଛି ଏବଂ ଏହାର ବଞ୍ଚିବାର ସମ୍ଭାବନା ଅଧିକ ରହିଛି। ଶୀର୍ଷ କୋର୍ଟ ନିଜର ଆଦେଶ ପ୍ରତ୍ୟାହାର କରିବାକୁ ସରକାରଙ୍କ ଆବେଦନ ଉପରେ ଶୁଣାଣି ବେଳେ କହିଛନ୍ତି କୌଣସି ନୂତନ ଆଦେଶ ଦେବା ପୂର୍ବରୁ ମହିଳାଙ୍କ ସହ କଥା ହେବାକୁ ଚାହୁଁଛନ୍ତି।

ମଙ୍ଗଳବାର ଗର୍ଭପାତ ଅନୁମତି ଦେଇଥିବା ସୁପ୍ରିମକୋର୍ଟ ଏମ୍ସ ମେଡିକାଲ ରିପୋର୍ଟ ଏତେ ବିଳମ୍ବରେ କାହିଁକି ଦାଖଲ ହୋଇଥିଲା ସେ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ଏହା ପୂର୍ବରୁ କାହିଁକି ରିପୋର୍ଟ ଦାଖଲ କରାଯାଇ ନ ଥିଲା ତାହା ମଧ୍ୟ ଜାଣିବାକୁ ଚାହିଁଥିଲେ।

ଜଷ୍ଟିସ ହିମା କୋହଲି କହିଛନ୍ତି, କେବଳ ଆମର ଆଦେଶ ପରେ କାହିଁକି ସେମାନେ କାହିଁକି ଏହା ପୂର୍ବରୁ ମନେ ରଖି ନ ଥିଲେ ? କେଉଁ କୋର୍ଟ ଏକ ଗର୍ଭସ୍ଥ ଭ୍ରୁଣର ଏକ ଧକଧକ କରୁଥିବା ହୃଦୟ ବନ୍ଦ କରିବାକୁ ଚାହିଁବେ, ନିଶ୍ଚିତ ଭାବରେ ଆମ ନୁହେଁ?

ଆବେଦନ କରିଥିବା ଏହି ମହିଳା ଜଣଙ୍କ ପୂର୍ବରୁ ଦୁଇଜଣଙ୍କର ମାଆ ଥିଲେ। ମହିଳା ଜଣକ କହିଥିଲେ ସେ ଆର୍ଥିକ, ଭାବନାତ୍ମକ ଏବଂ ସାମାଜିକ ଭାବରେ ତୃତୀୟ ସନ୍ତାନକୁ ବଞ୍ଚାଇବା ସ୍ଥିତିରେ ନାହାଁନ୍ତି, କାରଣ ତାଙ୍କୁ ଦ୍ୱିତୀୟ ସନ୍ତାନକୁ ସ୍ତନ୍ୟପାନ କରାଇବାକୁ ପଡିବ।

Share