ନକଲି ଡାକ୍ତରଙ୍କୁ କଟକଣା ନାହିଁ

ନୟାଗଡ଼ ଅଫିସ,୨୮ା୮(ଲୋକନାଥ ମିଶ୍ର): ବଣପାହାଡ ଘେରା ନୟାଗଡ଼ ଜିଲାରେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍‌ଙ୍କ ଚାହିଦା ବଢ଼ି ଚାଲିଛି। ଘରକୁ ଘର ବୁଲି କ୍ୱାକ୍‌ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ପୁଣି ଟଙ୍କା ନ ଥିଲେ ରୋଗ ଭଲ ହେଲେ ଦେବ ଦର୍ଶାଇ ଔଷଧ, ଇଞ୍ଜେକଶନ ରୋଗୀଙ୍କୁ ଦେଉଛନ୍ତି। ଧୀରେ ଧୀରେ କ୍ୱାକ୍‌ମାନେ ଗାଁ ଗହଳି ତଥା ସହରରେ ଡାକ୍ତର ଭାବେ ନିଜର ଭଲ ପରିଚୟ ସୃଷ୍ଟି କରି ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି। ଏପଟେ ନକଲି ଡାକ୍ତର ଧରପଗଡ଼ କରିବାରେ ପ୍ରଶାସନ ବ୍ୟର୍ଥ ହୋଇଛି। ସରକାର ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବାବେଳେ ଗାଁ ଗହଳି ଓ ସହର ସବୁଠି ନକଲି ଡାକ୍ତରଙ୍କୁ ରାତି ପାହିଲେ ଖୋଜା ପଡୁଛି। ସ୍ବାସ୍ଥ୍ୟ ବିଭାଗର କେଉଁଠି ନା କେଉଁଠି ତ୍ରୁଟି ନକଲି ଡାକ୍ତରଙ୍କ ଲୋକପ୍ରିୟତା ବଢ଼ାଇବାରେ ସହଯୋଗ କରୁଛି। ହେଲେ ସରକାର ଓ ପ୍ରଶାସନ ଏହାର କାରଣ ଖୋଜୁନାହାନ୍ତି। ଏଭଳିସ୍ଥଳେ ଅପାଠୁଆ ଡାକ୍ତରଙ୍କ ସ୍ବାସ୍ଥ୍ୟସେବାରେ ରୋଗୀଙ୍କ ମୃତ୍ୟୁ ହେଉଥିଲେ ବି ଅଭିଯୋଗ ନ ଥିବାରୁ ଚପି ଯାଉଛି। ଅନ୍ୟପକ୍ଷେ ସ୍ଥିତି ଏପରି ହେଲାଣି ରୋଗୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନ ଆସି କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହେବାକୁ ଗୁରୁତ୍ୱ ଦେଉଛନ୍ତି।
ଜିଲାରେ ଏପରି ଗାଁ ଅଛି ଯେଉଁଠିକି ଏଯାବତ ରାସ୍ତା ନାହିଁ। ପୁଣି ସଂପୃକ୍ତ ଗାଁରେ ସ୍ବାସ୍ଥ୍ୟସେବା ଆଦୌ ନାହିଁ। ଗାଁଠାରୁ ୨୦ରୁ ୪୦ କିମି ଦୂରକୁ ଆସିଲେ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏଠାରେ ପୁଣି କେଉଁଠି ଡାକ୍ତର ଥାଇ ଆସୁନାହାନ୍ତି ତ ଆଉ କେଉଁଠି ଡାକ୍ତର ଥାଇ ବି ସେବା ମିଳୁନି। ସେହିପରି କିଛି ଗାଁରେ ସ୍ବାସ୍ଥ୍ୟକେନ୍ଦ୍ର ଅଛି ଡାକ୍ତର ନାହାନ୍ତି। ଏଣୁ ଏହାର ଫାଇଦା ନେଇ କ୍ୱାକମାନେ ଗାଁ ଓ ସହରରେ ସେମାନଙ୍କର ନେଟୱାର୍କ କରି ଭଲ ରୋଜଗାର କରୁଛନ୍ତି। ଭାପୁର ବ୍ଲକର ବଡସରା, ଭଗବାନପୁର, ବାଇଗୁଣିଆ, ବାଘୁଆପଲ୍ଲୀ, ବନ୍ଧଦ୍ୱାର, ନିମାଣ୍‌ି, ନୂଆଗାଁ ବ୍ଲକର ଡିମିରିପଲ୍ଲୀ, ଖାଲମଡା, ଗୁମ ଓ କାପ୍ତାପଲ୍ଲୀ, ଦଶପଲ୍ଲା ବ୍ଲକର ଟାକରା, ବୁଗୁଡା ବାଣିଗୋଛା, ପୋଖରୀଗୋଛା, ଚଢ଼େୟାପଲ୍ଲୀ, ଚିନାପହଁରା, ନୂଆଗାଁ , ଡିହ ଗାଁ , ମଧ୍ୟଖଣ୍ଡ ଅଞ୍ଚଳରେ ଅପାଠୁଆ ଡାକ୍ତର ଗାଁ ଗାଁ ବୁଲି ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ରଣପୁର ବ୍ଲକର ବନ୍ଧମୁଣ୍ଡା, ନେଳିପଡା, ରାଇପଡା, ଓଡ଼ଗାଁ ବ୍ଲକର ବାଣ୍ଠପୁର, ଜାକେଡା, କୋମଣ୍ଡା, ଭୋବସର ଅଞ୍ଚଳରେ ଅପାଠୁଆ ଡାକ୍ତର ଘୂରି ବୁଲୁଛନ୍ତି। ଗଣିଆ ବ୍ଲକର ଗଣିଆ, ଛାମୁଣ୍ଡିଆରେ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଗଣିଆ, ଛାମୁଣ୍ଡିଆ, ରାସଙ୍ଗ, ବଡସିଲିଙ୍ଗା ଅଞ୍ଚଳରେ କ୍ୱାକଙ୍କ ରାଜୁତି ବଢ଼ୁଛି।
ଏନେଇ ବନ୍ଧମୁଣ୍ଡାର ରାମ ପ୍ରଧାନ, ବଡସିଲିଙ୍ଗାର ରଶ୍ମିତା ପ୍ରଧାନ କୁହନ୍ତି, ଆମ ଗାଁ ଓ ଆଖପାଖ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଆଦୌ ନାହିଁ। ଆମ୍ଭ ଗାଁରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାକୁ ହେଲେ ୨୫ରୁ ୩୦କିମି ଯିବାକୁ ପଡେ। ଜଣେ ରୋଗୀ ଦୂରଦୂରାନ୍ତର ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲାବେଳକୁ ଡାକ୍ତର ନ ଥିବେ। ଝାଡ଼ା ହେଉ ବା ଜ୍ୱର ରୋଗୀ ବହୁ ସମୟ ଅପେକ୍ଷା କରିବା କଷ୍ଟକର। ଏଭଳିସ୍ଥଳେ କେତେଜଣ ଅପାଠୁଆ ଡାକ୍ତର ଆମକୁ ଭଲ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ସେମାନେ ଡାକ୍ତର ନ ହୋଇ ପାରିଥାନ୍ତି କିନ୍ତୁ ଡାକ୍ତରଠାରୁ ଅଧିତ୍କ ସେବା ଦିଅନ୍ତି। ଡାକ୍ତର ସରକାରଙ୍କଠାରୁ ଦରମା ପାଇ ମଧ୍ୟ ଆମକୁ ସେବା ଦେଉନାହାନ୍ତି। ଅପାଠୁଆ ଡାକ୍ତରମାନେ କିନ୍ତୁ ରୋଗ ଖବର ପାଇ ଔଷଧ ଓ ଇଞ୍ଜେକଶନ ଦେଇ ଚାଲି ଯାଆନ୍ତି। ପରେ ଆସି ସୁବିଧା ଅନୁସାରେ ସେମାନଙ୍କ ପ୍ରାପ୍ୟ ନିଅନ୍ତି। ସେମାନେ ଆମକୁ ଠକୁ ଥିବାର ଜାଣିଥିଲେ ହେଁ ତ୍ୱରିତ ସେବା ଯୋଗୁ ଆମେ ପ୍ରତିବାଦ କରୁ ନାହୁଁ। ସେମାନେ ନେଉଥିବା ଅର୍ଥ ୩୦ରୁ ୪୦ କିମି ଯାଇ ଚିକିସତ୍ା ହେବାଠାରୁ ବହୁ କମ। ଏଣୁ ସରକାରୀ ସ୍ବାସ୍ଥ୍ୟସେବା ମୋ ଗାଁ କାହିଁକି ବିଭିନ୍ନ ଅଞ୍ଚଳରେ ଲୋକେ ପାଉନାହାନ୍ତି ବୋଲି କ୍ଷୋଭର ସହ କହିଥିଲେ।

ବଙ୍ଗାଳି କ୍ଲିନିକରେ ଭିଡ଼
ଗାଁ ଗାଁ ରେ ବଙ୍ଗାଳି କ୍ଲିନିକ୍‌ ଗଢ଼ି ଉଠିଛି। ଏହି କ୍ଲିନିକଗୁଡିକ ଲାଇସେନ୍ସ ପାଇ ନ ଥିଲେ ହେଁ ଏହାର ମାଲିକ ନିଜକୁ ଡାକ୍ତର ବୋଲି ଦାବି କରୁଛନ୍ତି। ଏପରିକି କିଛି କ୍ଲିନିକ ସମ୍ମୁଖରେ ନକଲି ପ୍ରମାଣପତ୍ର ବି ଝୁଲୁଛି। ଡାକ୍ତର ଅସଲି କି ନକଲି ଜଣାପଡି ନ ଥିଲେ ହେଁ କ୍ଲିନିକ୍‌ଗୁଡିକରେ ରୋଗୀଙ୍କ ଭିଡ଼ ଜମୁଛି। ସ୍ବାସ୍ଥ୍ୟ ବିଭାଗର ମଧ୍ୟ ଚଢ଼ାଉ ନାହିଁ। ଏଣୁ ବଙ୍ଗାଳି ଡାକ୍ତର ହୁଅନ୍ତୁ ଅଥବା ଓଡିଆ ଏମାନେ ଯେ ଅପାଠୁଆ କ୍ୱାକର ଆଉ ପରିଚୟ ଦେବାକୁ ଅଛପା ନାହିଁ। ସବୁ ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ ନାହିଁ। ଜିଲାର ରଣପୁର ବ୍ଲକର ମହୁଲିଆ, ଦର୍ପନାରାୟଣପୁର, ନୂଆଗାଁ ବ୍ଲକର ଖାଲମଡା, କୋରଡା ପରି ଗାଁରେ ବଙ୍ଗାଳିମାନେ କ୍ଲିନିକ୍‌ କରି ରୋଗୀ ସେବା କରି ଆସୁଛନ୍ତି ବୋଲି ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

Blast In Pakistan: ପାକିସ୍ତାନରେ ବଡ଼ ବିସ୍ଫୋରଣ: ବହୁ ଯବାନ ଶହୀଦ

ଇସଲାମବାଦ,୨୫।୪: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରର ମାର୍ଗେଟ ଅଞ୍ଚଳରେ ଶୁକ୍ରବାର ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ଫ୍ରଣ୍ଟିୟର କନଷ୍ଟାବୁଲାରୀ (ଏଫସି)ର ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image