ଟିକା ନ ଆସିବା ପର୍ଯ୍ୟନ୍ତ କୋହଳ ହେବନି କଟକଣା: ମୋଦି

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକ୍ରମଣରୁ ଦୂରେଇ ରହିବା ପାଇଁ ଘୋଷଣା କରାଯାଇଥିବା ମାର୍ଗଦର୍ଶିକା ପାଳନ କରିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଟିକା ଆସିନି ସେ ପର୍ଯ୍ୟନ୍ତ କଟକଣା କୋହଳ ହେବନି ବୋଲି ମୋଦି କହିଛନ୍ତି। ସାମାଜିକ ଦୂରତା ବଜାଇ ରଖିବା ସହିତ ମାସ୍କ ପିନ୍ଧିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଟିକା ନ ଆସିବ ପର୍ଯ୍ୟନ୍ତ ଅତିରିକ୍ତ ସାବଧାନତା ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ସେ ଆହ୍ବାନ ଜଣାଇଛନ୍ତି। ଦେଶରେ କରୋନା ମହାମାରୀକୁ ହରାଇବା ଲାଗି ମାର୍ଗଦର୍ଶିକା ପାଳନ କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଗୃହ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶରେ ଗରିବଙ୍କୁ ପାଇଁ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମର ଲୋକାର୍ପଣ ଅବସରରେ ଭିଡ଼ିଓ କନଫରେନ୍ସିଂରେ ମୋଦି ଏଭଳି କହିଛନ୍ତି।

Share