କୋଟିଆ ବିଷୟରେ ତଥ୍ୟ ନାହିଁ: ପ୍ରମିଳା

ଭୁବନେଶ୍ୱର,୨୪ା୨(ବ୍ୟୁରୋ):କୋରାପୁଟ ଜିଲା କୋଟିଆରେ ଆନ୍ଧ୍ର ସରକାର ଭତ୍ତା ଓ ରାଶନକାର୍ଡ ବାଣ୍ଟିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି। ଏଭଳିସ୍ଥଳେ ଏହାକୁ ନେଇ ବିରୋଧୀ ମଧ୍ୟ ବିଧାନସଭାରେ ହୋହଲ୍ଲା କରୁଛନ୍ତି। ତେବେ ଏ ନେଇ ରାଜସ୍ବ ମନ୍ତ୍ରୀ କିମ୍ବା ଜିଲା ପ୍ରଶାସନ ନିକଟରେ କୌଣସି ସୂଚନା ନାହିଁ। ଗୁରୁବାର ବିଧାନସଭାରେ ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧିକାରୀମାନେ ୨୦୨୧ରେ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରିବା ସହିତ ସେଠାରେ ରାଶନ କିମ୍ବା ଭତ୍ତା ବାଣ୍ଟିଥିବା କଥା ଜିଲା ପ୍ରଶାସନ ନିକଟରେ ଖବର ନାହିଁ। କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ତରଫରୁ ରାସ୍ତା ନିର୍ମାଣ ମଧ୍ୟ ହୋଇନାହିଁ। ସେଭଳି କାର୍ଯ୍ୟକଳାପ କିଛି ଦୃଷ୍ଟିଗୋଚର ହେଲେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଲ୍ଲିକ କହିଛନ୍ତି।

Share