କରୋନା ମହାମାରୀ: ଅକ୍ସିଜେନ କମ୍ ଯୋଗୁ ଦେଶରେ ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ନୂଆଦିଲ୍ଲୀ,୨୦ ।୭: କରୋନା ମହାମାରୀ ସମୟରେ ଅମ୍ଳଜାନ ବା ଅକ୍ସିଜେନ ଅଭାବରୁ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ମଙ୍ଗବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି କି ସ୍ୱାସ୍ଥ୍ୟ ରାଜ୍ୟ ସରକାରଙ୍କ ବିଷୟ । ବିସ୍ତୃତ ନିୟମାବଳୀ ଅନୁଯାୟୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସମସ୍ତ ରାଜ୍ୟ ଏବଂ କନ୍ଦ୍ର ଶାସିତ ଅଞ୍ଚଳ ନିୟମିତ ପ୍ରଦାନ କରିଥାଆନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ୍ ଯୋଗୁ ଗୋଟିଏ ବି ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି । ତେଣୁ ଦେଶରେ କରୋନା ମହାମାରୀ ସମୟରେ ଜଣଙ୍କର ବି ମୃତ୍ୟୁ ଅକ୍ସିଜେନ ବା ଅମ୍ଳଜାନ କମ ଯୋଗୁ ହୋଇ ନାହିଁ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

Share