ପୁରୀ ଅଫିସ,୨୮।୧: ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ଗତବର୍ଷ ଭଳି ମଧ୍ୟ ଶ୍ରଦ୍ଧାଳୁ ବୁଡ଼ ପକାଇ ପାରିବେ ନାହିଁ। ଠାକୁରଙ୍କ ମହାସ୍ନାନ ପରେ କେବଳ ସେବାୟତଙ୍କୁ ବୁଡ଼ ପକାଇବା ପାଇଁ ଅନୁମତି ମିଳିବ। ଏହାସହ ଚନ୍ଦ୍ରଭାଗା ବେଳାଭୂମି, ତୀର୍ଥ ପୁଷ୍କରଣୀ ଓ ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୁରୀ ଉପଜିଲ୍ଲାପାଳ ଭାବତାରଣ ସାହୁ ଏଥିରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆସନ୍ତା ଫେବୃୟାରୀ ୭ତାରିଖ ସୋମବାର ପବିତ୍ର ମାଘ ସପ୍ତମୀ ପଡ଼ୁଛି। ସେଥିପାଇଁ ଶୁକ୍ରବାର କୋଣାର୍କ ଯାତ୍ରୀ ନିବାସଠାରେ ପ୍ରଥମ ସମନୟ ବୈଠକ ବସିଥିଲା । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଚଳିତବର୍ଷ ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ଚନ୍ଦ୍ରଭାଗା ବୁଡ଼ ଆୟୋଜନ ପାଇଁ ନିସ୍ପତ୍ତି ହୋଇଛି।