Categories: ଜାତୀୟ

ରେଷ୍ଟୁରାଣ୍ଟ,ବାର୍‌ରେ ଖାଇବା ମନା

ନୂଆଦିଲ୍ଲୀ,୧୦।୧: ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। କିଛି ରାଜ୍ୟରେ କୋଭିଡ କଟକଣାକୁ କଡାକଡି କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ମଧ୍ୟ କଟକଣା କରାଯାଇଛି। ରେଷ୍ଟୁରାଣ୍ଟ ଏବଂ ବାର୍‌ରେ ଭୋଜନ କରିବାକୁ ଗ୍ରାହକଙ୍କୁ ଅନୁମତି ଦିଆଯିବ ନାହିଁ। କେବଳ ରେଷ୍ଟୁରାଣ୍ଟରୁ ଖାଦ୍ୟ ନେଇପାରିବେ। ତେବେ ଦିଲ୍ଲୀ ଏଲଜି ଅନିଲ ବାଇଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଡିଡିଏମଏର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ରାଜଧାନୀର ରେଷ୍ଟୁରାଣ୍ଟ ଏବଂ ବାର୍‌ ଗୁଡିକର ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥିଲା। ଅନିଲ ବାଇଜାଲଙ୍କ ଅନୁଷ୍ଠିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରଓ୍ବାଲ ମଧ୍ୟ ଯୋଗ ଦେଇଥିଲେ।

 

Share