ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ମିଛ କୁହାଯାଉଛି। ଇସଲାମାବାଦରେ ସେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ସହ କ୍ରିକେଟ୍‌ ଡିପ୍ଲୋମାସି ଉପରେ ଆଲୋଚନା କରିଥିବା ଗଣମାଧ୍ୟମରେ ଦେଖାଯାଇଛି। ହେଲେ ଭାରତୀୟ ମିଡିଆ ଏହି କଥାକୁ ଖଣ୍ଡନ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପଡୋଶୀ ଦେଶ ସହ ତିକ୍ତତାକୁ ନେଇ ଭାରତ ସରକାର ପ୍ରାୟ ୧୭ ବର୍ଷ ଧରି ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ଯିବାକୁ ଅନୁମତି ଦେଇନାହିଁ। ଏହା ସେଠାରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ରାସ୍ତାରେ କଣ୍ଟା ସାଜିଛି।
୨୦୧୭ ପରେ ପ୍ରଥମ ଥର ପାଇଁ କରାଯାଉଥିବା ଆଇସିସି ଟୁର୍ନାମେଣ୍ଟ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଯାଉଛି। ହେଲେ ଟିମ୍‌ ଇଣ୍ଡିଆ ସେଥିରେ ଭାଗ ନେବ କି ନାହିଁ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପାକିସ୍ତାନୀ ଗଣମାଧ୍ୟମରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କ୍ରିକେଟକୁ ନେଇ ଚର୍ଚ୍ଚା ହୋଇଥିବା ଦେଖାଯାଇଥିଲା। ଏହାକୁ ଭାରତୀୟ ଗଣମାଧ୍ୟମ ଖଣ୍ଡନ କରିଛି।

ଭାରତୀୟ ଗଣମାଧ୍ୟମ କହିଛି ଯେ, ଇସଲାମାବାଦରେ ସେଭଳି କିଛି ହୋଇନାହିଁ ଯାହା ପାକିସ୍ତାନୀ ଗଣମାଧ୍ୟମ ନିଜ ରିପୋର୍ଟରେ ଦେଖାଇଛି।

Share