Categories: ଜାତୀୟ

ଏନସିପିରେ କୌଣସି ବିଭାଜନ ନାହିଁ: ଶରଦ ପାଓ୍ବାର…

ମୁମ୍ବାଇ,୨୬।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବିଭାଜନକୁ ଏଡ଼ାଇ ଦେଇ କହିଛନ୍ତି ୍‌ ଏହା ସତ କଥା କିଛି ବିଧାୟକ ଦଳ ଛାଡିଛନ୍ତି, କିନ୍ତୁ କେବଳ ବିଧାୟକମାନେ ସମଗ୍ର ରାଜନୈତିକ ଦଳର ଅର୍ଥ ନୁହନ୍ତି।
ମହାରାଷ୍ଟ୍ରର କୋଲହାପୁରରେ ପାୱାର ଗଣମାଧ୍ୟମକୁ କହିଛନ୍ତି ସେ ଏନସିପିର ଜାତୀୟ ଅଧ୍ୟକ୍ଷ ଏବଂ ଜୟନ୍ତ ପାଟିଲ ଦଳର ରାଜ୍ୟ ୟୁନିଟ ମୁଖ୍ୟ। ଏନସିପି ବିଭାଜିତ ହୋଇ ନାହିଁ ବୋଲି ସେ କହିଛନ୍ତି।
ସେ ଦଳୀୟ ବିଦ୍ରୋହୀମାନଙ୍କ ଉପରେ ନରମ ଯାଉଛନ୍ତି କି ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ବିଦ୍ରୋହୀମାନଙ୍କୁ ସେମାନଙ୍କ ନାମ ନେଇ କାହିଁକି ଗୁରୁତ୍ୱ ଦିଆଯାଉଛି? ସେମାନେ କ’ଣ ଦଳର ସର୍ବେସର୍ବା। ଦଳରେ ଏଭଳି କିଛି ଘଟିଥାଏ। କିନ୍ତୁ ଦଳ ସମସ୍ତଙ୍କଠାରୁ ଉପରେ।

ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏକଛତ୍ରବାଦୀ ଶାସନ ଜାରି ରଖି ଦେଶରେ ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି। ମୁଁ କୌଣସି ରାଜନୈତିକ ଦଳର ଏଭଳି ପ୍ରବୃତ୍ତିକୁ ବିରୋଧ କରିବି। ସରକାର କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି। ଏହା ଦେଶର ପାଇଁ ଶୁଭଙ୍କର ନୁହେଁ।

Share