ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଆଠଗଡ,୪।୧୧(ସ୍ବ.ପ୍ର.): ଆଜି ପଞ୍ଚକ ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କୁ ଏଲ୍‌ଇଡିରେ ଦର୍ଶନ କରୁଛନ୍ତି ଭକ୍ତ। ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ପୋଲିସ ସହ ୬ ଜଣ ଏସ୍‌ଡିପିଓ ୧୨ ଆଇଆଇସି ନିୟୋଜିତ ହୋଇଛନ୍ତି।

Share