ଭୁବନେଶ୍ୱର,୧୭ା୭(ବ୍ୟୁରୋ): କୌଣସି ଗାଁ ଗଣ୍ଡାର ଦୃଶ୍ୟ ନୁହେଁ, ଖୋଦ୍ ରାଜଧାନୀର ଜଳବନ୍ଦୀ ଦୃଶ୍ୟ ଦେଖିଲେ ମନରେ ନାନା ପ୍ରଶ୍ନ ଉଙ୍କିମାରେ। ସ୍ମାର୍ଟସିଟି ହୋଇଥିବା ଭୁବନେଶ୍ୱରର ଅନେକ ଓ୍ବାର୍ଡ ଆଜି ବି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ରାସ୍ତା ଏବଂ ଡ୍ରେନ୍ ସୁବିଧା ନ ଥିବାରୁ ଲଗାଣ ବର୍ଷାରେ ପାଣି ଜମି ନିଷ୍କାସନ ହୋଇ ନ ପାରି ଅନେକ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଚତୁଃପାର୍ଶ୍ୱରେ ପାଣି ଜମି ରହିଥିବାରୁ ଘରୁ ବାହାରକୁ ବାହାରି ହେଉନାହିଁ। ଏପରିକି ବର୍ଷା ପାଣି ଜମି କିଛି ଲୋକଙ୍କ ଘରର ପାଚେରି ଭୁଶୁଡ଼ି ପଡ଼ିଲାଣି।
ମଞ୍ଚେଶ୍ୱର ଅଞ୍ଚଳର ସମେଇଗାଡ଼ିଆର ୫ ନଂ ଓ୍ବାର୍ଡରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାକାର ବାସିନ୍ଦା ବହୁବାର କର୍ପୋରେଟରଙ୍କୁ ସାକ୍ଷାତ କରି ରାସ୍ତା ଏବଂ ଡ୍ରେନ୍ ନିର୍ମାଣ ପାଇଁ ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଉକ୍ତ ଅଞ୍ଚଳରେ ରାସ୍ତା ଏବଂ ଡ୍ରେନ୍ ନିର୍ମାଣ ପାଇଁ ଦାବି ହେଉଛି।