Categories: ଜାତୀୟ

୨୦୨୪ ପରେ ଦେଶରେ ହୋଇ ନ ପାରେ କୌଣସି ନିର୍ବାଚନ: ମନୋଜ ଝା

ନୂଆଦିଲ୍ଲୀ,୧୯।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏମ୍‌ପି ମନୋଜ ଝା ଏକ ବଡ଼ ଦାବି କରିଛନ୍ତି। ୨୦୨୪ ପରେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ ବୋଲି ମନୋଜ ସମ୍ଭାବନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ପରିବେଶରେ ରାଜନୀତି ବ୍ୟତୀତ ଅଲଗା ଲଢେଇ କରିବାକୁ ପଡ଼ିବ। ମୁଁ ଗ୍ୟାରେଣ୍ଟି ଦେଇପାରେ ଯେ,୨୦୨୪ ପରେ ଲୋକଙ୍କ ସହମତି କ୍ରମେ ଦେଶରେ ଆଉ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଲୋକଙ୍କୁ କୁହାଯିବ ଯେ ନିର୍ବାଚନ କରିବା ଅତ୍ୟନ୍ତ ମହଙ୍ଗା, ଆମେ ଏକ ଗରିବ ଦେଶ, ଜି-୨୦ ଶିଖର ସମ୍ମିଳନୀରେ ଆମେ ଏତେ ଖର୍ଚ୍ଚ କରିଛୁ, ଆମକୁ ଏତେ ସଂଖ୍ୟକ ବିଲବୋର୍ଡ ଲଗାଇବାକୁ ପଡିବ। ତେଣୁ ନିର୍ବାଚନ କରିବା ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ମନୋଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମର୍ଥକମାନେ କୁହନ୍ତି ଯେ ସେ କୁଆଡେ ଈଶ୍ବର। ଯେତେବେଳେ ଭଗବାନ ନିଜେ ଏଠାରେ ଅଛନ୍ତି, ତେବେ କେଉଁ ପ୍ରକାର ନିର୍ବାଚନ ହେବ? ଲୋକମାନେ କହିବେ ଯେ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଆମ ଭଳି ୧୫-୩୦ ପ୍ରତିଶତ ଲୋକ ନିର୍ବାଚନ ଦାବି କରିବେ ଏବଂ ସେମାନେ ଆମକୁ ପାକିସ୍ତାନ ଯିବାକୁ କହିବେ।
ଏହା ପୂର୍ବରୁ ମନୋଜ ଝା ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ପାଇଁ ମୋଦୀ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଜ୍ୟୋତିଷଙ୍କ ପରାମର୍ଶରେ ସରକାର ଏହି ଅଧିବେଶନକୁ ଡାକିଛନ୍ତି। ପ୍ରଧାନମନ୍ତ୍ରୀ ଏସବୁ ଉପରେ ବିଶ୍ୱାସ କରନ୍ତି ବୋଲି ସେ କହିଥିଲେ।

Share