ଶାମ୍ଲି,୨୩।୧୧: ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। କିନ୍ତୁ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଇଲେକ୍ଟ୍ରିସିଟି ବିଲ୍ ଆସୁଛି। ଉତ୍ତର ପ୍ରଦେଶର ଶାମ୍ଲି ଜିଲା ଅନ୍ତର୍ଗତ ଝିନ୍ଝାନା ଅଞ୍ଚଳର ୧୨ ଗ୍ରାମରେ ଏଭଳି ଦେଖିବାକୁ ମିଳିଛି। ଏହାକୁ ନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ଏନେଇ କାହା ନିକଟରେ ଅଭିଯୋଗ କରିବେ ତାହା ମଧ୍ୟ ଜାଣିନାହାନ୍ତି।
କିଛି ବର୍ଷ ପୂର୍ବେ ଗଁ।ରେ ବିଦ୍ୟୁତ୍ ସଂଯୋଗ ପାଇଁ ମାଗଣାରେ ମିଟର ବସାଯାଇଥିଲା। ଖୁବ୍ଶୀଘ୍ର ବିଦ୍ୟୁତ୍ ସଂଯୋଗ ହୋଇଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଥିଲେ। ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ୍ ଯୋଗାଣ ହୋଇପାରି ନ ଥିବାବେଳେ ଘର ପିଛା ୩୦ ହଜାରରୁ ୬୦ ହଜାର ଟଙ୍କା ପଇଠ କରିବା ପାଇଁ ବିଲ୍ ଆସିଛି। ଏହି ଗଁ।ଗୁଡ଼ିକ ମଧ୍ୟରେ ରହିଛି ଖୋକ୍ସା, ଅଲାଉଦ୍ଦିନପୁର, ଦୁଧ୍ଲି, ଡେରା ଭଗୀରଥ ଓ ନୟା ଗାଓଁ। ବଓ୍ବରିଆ ସମାଜର ପଛୁଆ ଲୋକଙ୍କୁ ଆଲୋକ ଦେଖାଇ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଖୋକ୍ସା ଗ୍ରାମର ପ୍ରାୟ ୨୫୦ ଘରେ ମିଟର ବସାଯାଇଛି। ପଶ୍ଚିମାଞ୍ଚଳ ବିଦ୍ୟୁତ୍ ବିତରଣ ନିଗମ ଲିଃର ଶାମ୍ଲି ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ରାମ କୁମାର ଏହାର ତଦନ୍ତ ସହ ଗ୍ରାମବାସୀଙ୍କ ଅସୁବିଧା ଦୂର କରାଯିବ ବୋଲି କହିଛନ୍ତି।