ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ: ଚାଷୀଙ୍କ ଆଶା ଧୂଳିସାତ୍‌

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ବିଭିନ୍ନ ଗ୍ରାମରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। କିନ୍ତୁ ବର୍ଷ ବର୍ଷ ଧରି ସେଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଫଳରେ ଏପର୍ଯ୍ୟନ୍ତ ଗଭୀର ନଳକୂପଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବାବେଳେ ଚାଷୀଙ୍କ ଆଶା ମଧ୍ୟ ଧୂଳିସାତ୍‌ ହୋଇଯାଇଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି କ୍ରମରେ ଶୁକ୍ରବାର ଜିଲାର ବିଭିନ୍ନ ଗ୍ରାମର ଚାଷୀ ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେମାନେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଗଭୀର ନଳକୂପଗୁଡ଼ିକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଜିଲାରେ ବର୍ତ୍ତମାନ ସୁଦ୍ଧା ୩୭୦୦ ଗଭୀର ନଳକୂପକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଅନ୍ୟପଟେ ୨୦୨୩ରୁ ସମ୍ପୃକ୍ତ ଗଭୀର ନଳକୂପଗୁଡ଼ିକ ଖୋଳାସରିଛି। ଏ ନେଇ ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଁ ଧପଡ଼ ହେଉଛନ୍ତି। କିନ୍ତୁ କିଛି ସୁଫଳ ମିଳି ନ ଥିବା ଚାଷୀମାନେ କହିଛନ୍ତି। ସେହିପରି ଅଣଜଳସେଚିତ ଜମିରେ ଗଭୀର ନଳକୂପ ସାହାଯ୍ୟରେ ପାଣି ମଡ଼ାଇ ଚାଷବାସ କରିବେ ବୋଲି ଚାଷୀମାନେ ଆଶା ରଖିଥିଲେ ଏବଂ ଅଗ୍ରୀମ ଆବଶ୍ୟକ ଟଙ୍କା ଜମା କରିଥିଲେ। କିନ୍ତୁ ଗଭୀର ନଳକୂପ ଖୋଳାଯାଇ ଥିବାବେଳେ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇ ନଥିବା ଯୋଗୁ ଚାଷୀଙ୍କ ସେହି ଆଶା ମଉଳି ଯାଇଛି। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର କୈଳାଶ ବାରିକଙ୍କ ସମେତ ଝାରବନ୍ଧ ବ୍ଲକର କୁମୀର, ଚିରୋଲି ଆଦି ଗ୍ରାମର ଚାଷୀ ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଆସନ୍ତା ୧୫ଦିନ ମଧ୍ୟରେ ଗଭୀର ନଳକୂପ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ନ ହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

ହାତୀ ନେଲା ମହିଳାଙ୍କ ଜୀବନ, ଅନ୍ୟ ଜଣେ ଗୁରତର

ବରଗଡ଼, ୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ଅନ୍ତର୍ଗତ ଟୁର୍ଚା ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ...

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୂକମ୍ପ: ଲୋକେ ଭୟଭୀତ

କାବୁଲ,୧୬।୪: ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର...

ଡ୍ରେନକୁ ଜାମ କଲା ଅଳିଆ ଆବର୍ଜନା: ନାକ ଟେକିଲେ ପର୍ଯ୍ୟଟକ

ଦାରିଙ୍ଗବାଡି,୧୬/୪ (ଅରୁଣ ସାହୁ)-ଦାରିଙ୍ଗବାଡି ଏବେ ଅଳିଆ ଆବର୍ଜନା ଆଉ ପୁତ୍ତିମୟ ଗନ୍ଧରେ ନାକ ଫାଟୁଛି। ପର୍ଯ୍ୟଟକ ଆଉ ଦାରିଙ୍ଗବାଡିକୁ ନା କହିବା ଆରମ୍ଭ କଲେଣି ।...

ଆଜି ଝଡ଼ବର୍ଷା: ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା

ଭୁବନେଶ୍ୱର,୧୬ା୪(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଝଡ଼ବର୍ଷାର ପ୍ରଭାବ ରହିବ। ବୁଧବାର ମୟୂରଭଞ୍ଜ,...

୧୦ ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ

ବାଲେଶ୍ୱର, ୧୬।୪(ବାଞ୍ଛାନିଧି ଦେ):ଦୀର୍ଘ ୧୦ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ। ପୁଅକୁ ପାଇ ଭାବବିହ୍ବଳ ହୋଇପଡ଼ିଲେ ମା’। ବହୁ ସଂଘର୍ଷ ପରେ ସେ ତାଙ୍କ...

ମନେପଡ଼ିଲେ ଦେହ ଥରୁଛି: ୧୯୭୮ ଏପ୍ରିଲ ୧୬ ଘୂର୍ଣ୍ଣିଝଡ଼ ବିଭୀଷିକା

ଆନନ୍ଦପୁର,୧୬ା୪(ସୁଶାନ୍ତ କୁମାର ସାହୁ):ସେଦିନ ଥିଲା ଏପ୍ରିଲ ୧୬। ଅପରାହ୍ନ ସମୟରେ ହଠାତ୍‌ କଳାବାଦଲ ଆକାଶରେ ଘୋଟିଆସିଥିଲା। କେହି କିଛି ବୁଝିବା ପୂର୍ବରୁ ଚାହୁଁ ଚାହୁଁ ପ୍ରଳୟଙ୍କାରୀ...

ଓଡ଼ିଶାରେ ୫ ବର୍ଷରେ ୮,୪୦୩ ଶିଶୁ ନିଖୋଜ

ଭୁବନେଶ୍ୱର,୧୫ା୪(ସତ୍ୟଜିତ୍‌ ରାଉତ):ରାଜ୍ୟରେ ଗତ ୫ ବର୍ଷରେ ୮ ହଜାର ୪୦୩ ଜଣ ଶିଶୁ ନିଖୋଜ ଅଛନ୍ତି। ବିଧାନସଭାରେ ଗତ ଫେବୃଆରୀ ୧୭ରେ ବାଲିଗୁଡ଼ା ବିଧାୟକ ଚକ୍ରମଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image