Categories: ଜାତୀୟ

ରାଜ୍ୟରେ ବାହାର ଲୋକଙ୍କୁ ମିଳିବନି ନିଯୁକ୍ତି ସୁଯୋଗ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୮।୮: ଏଣିକି ମଧ୍ୟପ୍ରଦେଶରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳିବନି। କେବଳ ରାଜ୍ୟର ବାସିନ୍ଦାଙ୍କୁ ହିଁ ସରକାରୀ ଚାକିରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘୋଷଣା କରିଛନ୍ତି। ଏନେଇ ଖୁବ୍‌ ଶୀଘ୍ର ଆଇନ ଅଣାଯିବ। ରାଜ୍ୟର ୨୭ଟି ବିଧାନସଭା ଆସନରେ ଆଗକୁ ଉପନିର୍ବାଚନ କରାଯିବ। ଏହା ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଶିବରାଜ ଏଭଳି ଘୋଷଣା କରିଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ,ପୂର୍ବରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ରାଜ୍ୟର ୭୦ ପ୍ରତିଶତ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ଯୋଜନା ପ୍ରଣୟନ କରିଥିଲେ।

Share