ଅଭିନେତ୍ରୀଙ୍କୁ ମିଳିଲାନି ମନ୍ଦିର ପ୍ରବେଶ ଅନୁମତି

କେରଳର ଥିରୁଭୈରାନିକୁଲମ ମହାଦେବୀ ମନ୍ଦିରରେ ମାଲାୟାଲମ ଅଭିନେତ୍ରୀ ଅମଲା ପଲ(୩୧)ଙ୍କୁ ମନ୍ଦିର କର୍ତ୍ତୃପକ୍ଷ ପ୍ରବେଶ ଅନୁମତି ଦେଇ ନ ଥିବା ସେ ଅଭିଯୋଗ ଆଣିଛନ୍ତି। ଅମଲା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ହୋଇଥିବା କାରଣରୁ ତାଙ୍କୁ ମନ୍ଦିରକୁ ପ୍ରବେଶ କରାଇ ଦିଆଯାଇ ନ ଥିବା ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି। ୨୦୨୩ ମସିହାରେ ମଧ୍ୟ ଦେଶରେ ଧର୍ମାନ୍ତରିକରଣ ଦେଖାଯିବା ଅବିଶ୍ୱସନୀୟ। ଠାକୁରାଣୀଙ୍କ ନିକଟକୁ ଯିବାର ସୌଭାଗ୍ୟ ନ ପାଇଲେ ମଧ୍ୟ ସେ ଦୂରରେ ରହି ଦେବୀଙ୍କ କୃପା ଉପଲବ୍ଧି କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
ଅଭିନେତ୍ରୀଙ୍କ ପୋଷ୍ଟକୁ ନେଇ ଥିରୁଭୈରାନିକୁଲମ ମହାଦେବୀ ମନ୍ଦିର ଟ୍ରଷ୍ଟ ସେକ୍ରେଟାରି ପ୍ରସୁନ କୁମାର କହିଛନ୍ତି, କର୍ତ୍ତୃପକ୍ଷ କେବଳ ମନ୍ଦିର ନିୟମର ପାଳନ କରୁଛନ୍ତି। ଦେବୀଙ୍କ ଆରାଧନା କରୁଥିବା ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କରାଇ ଦିଆଯାଉ ନ ଥିବାବେଳେ ତା’ ବିଷୟରେ କୌଣସି ଆଲୋଚନା ହେଉନାହିଁ। କିନ୍ତୁ ଯେତବେଳେ ଜଣେ ସେଲିବ୍ରିଟିଙ୍କୁ ଏଭଳି ସ୍ଥିତିରେ ସମ୍ମୁଖୀନ ହେବାକୁ ପଡ଼ୁଛି ସେତେବେଳେ ଏହା ବିବାଦର ରୂପ ନେଉଛି।

Share