ମଙ୍କିଫକ୍ସ ରୂପ ବଦଳାଇବା ପ୍ରମାଣ ନାହିଁ

ଜେନେଭା,୨୪।୫: ମଙ୍କିପକ୍ସ ଏବେ ୧୨ରୁ ଅଧିକ ଦେଶକୁ ସଂକ୍ରମିତ ହୋଇଥିବାବେଳେ ଏହି ଭୂତାଣୁ ରୂପ ବଦଳାଇବାର କୌଣସି ପ୍ରମାଣ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପାଖରେ ନାହିଁ। ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ସଂକ୍ରମିତ ହେଉଥିବା ଏହି ଭୂତାଣୁରେ ପରିବର୍ତ୍ତନର ଲକ୍ଷଣ ଦେଖାଯାଇ ନ ଥିବା ଡବ୍ଲ୍ୟୁଏଚ୍‌ଓର ବରିଷ୍ଠ କାର୍ଯ୍ୟନିର୍ବାହୀ ରୋସାମୁଣ୍ଡ ଲଓ୍ବେିସ୍‌ କହିଛନ୍ତି। ୟୁରୋପ ଓ ଉତ୍ତର ଆମେରିକୀୟ ଦେଶରେ ଶତାଧିକ ମକ୍ସିପକ୍ସରେ ଆକ୍ରାନ୍ତ ହେଲେଣି।

Share