Categories: ଜାତୀୟ

କାଢା ପିଇଲେ ଯକୃତ ନଷ୍ଟ ହେବାର କୌଣସି ପ୍ରମାଣ ନାହିଁ: ଆୟୁଷ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୭।୧୦: ଅଧିକ ଦିନ ଧରି କାଢା ପିଇଲେ ଯକୃତ କ୍ଷତି ହେବାର କୌଣସି ପ୍ରମାଣ ନାହିଁ ବୋଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ କହିଛି ଯେ ଏହା ଏକ ଭୁଲ ଧାରଣା। କାରଣ ଘରେ ଖାଦ୍ୟ ରାନ୍ଧିବା ସମୟରେ କାଢା ତିଆରିରେ ବ୍ୟବହୃତ ହେଉଥିବା ସମସ୍ତ ଜିନିଷ ବ୍ୟବହାର କରାଯାଇଥାଏ। ଉଲ୍ଲେଖନୀୟ ବିଷୟ ହେଉଛି, କୋଭିଡ -୧୦କୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କାଢା ସେବନ କରିବାକୁ ପରାମର୍ଶ ଦେଇଛି। ଆୟୁଷ ମନ୍ତ୍ରଣାଳୟର ସଚିବ ରାଜେଶ କୋଟେଚା କହିଛନ୍ତି ଯେ, ଡାଳଚିନି, ତୁଳସୀ, ଅଦା, ଶୁଣ୍ଠି ଏବଂ ମରିଚ ଗୁଣ୍ଡ କାଢା ତିଆରିରେ ବ୍ୟବହୃତ ହୁଏ। ଏହା ଶ୍ୱାସକ୍ରିୟା ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। କାଢା ଦିନକୁ ଥରେ ଦୁଇଥର ପିଇବାକୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।

Share