Categories: ଜାତୀୟ

”ପ୍ରଶ୍ନପତ୍ର ପ୍ରଘଟର କୌଣସି ପ୍ରମାଣ ନାହିଁ”-ଶିକ୍ଷାମନ୍ତ୍ରୀ ; NEET ପ୍ରସଙ୍ଗରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ,୨୨।୭: ବଜେଟ ଅଧିବେଶନ ଆରମ୍ଭରୁ ସଂସଦରେ NEET ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିରୋଧୀମାନେ ହଙ୍ଗାମା କରିଛନ୍ତି। ଏଥିରେ ପ୍ରତିକ୍ରିୟା ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଗତ ୭ ବର୍ଷରେ ପ୍ରଶ୍ନପତ୍ର ପ୍ରଘଟର କୌଣସି ପ୍ରମାଣ ନାହିଁ, କିନ୍ତୁ କିଛି ଘଟଣା ଘଟିଛି। ଏବେ ଏହି ମାମଲା ସୁପ୍ରିମକୋର୍ଟରେ ଚାଲିଛି।

ସଂସଦରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ”ଦେଶର ପରୀକ୍ଷା ବ୍ୟବସ୍ଥାରେ ବହୁତ ତ୍ରୁଟି ରହିଛି। ଶିକ୍ଷାମନ୍ତ୍ରୀ ସମସ୍ତଙ୍କର ଭୁଲ ଗଣିଦେଲେ, କିନ୍ତୁ ନିଜର ଦୋଷ ବିଷୟରେ କହିଲେ ନାହିଁ। ମୁଁ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛି ଆପଣ ଏହି ମାମଲାର ସମାଧାନ ପାଇଁ କ’ଣ କରିଛନ୍ତି” ?’

ସେହିପରି ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ କହିଛନ୍ତି ଯେ, ‘ସରକାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ରେକର୍ଡ କରିଛନ୍ତି।’

Share