ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା ବେଳେ ଏହାକୁ ନେଇ ତୁତୁ ମେମେ ଲାଗି ରହିଛି। ଏବେ କିନ୍ତୁ ସୁଦୂର ଇଣ୍ଡୋନେସିଆରେ ଏହି ବିବାଦର ସମାଧାନ ହୋଇ ଯାଇଛି। ବେଶ୍‌ କିଛିଦିନ ଧରି ଏଠାରେ ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିଲା। ହେଲେ ସବୁ ରାଜନୈତିକ ଦଳ ଏହା ସପକ୍ଷରେ ନ ଆସିବାରୁ ଶେଷରେ ଇଭିଏମ୍‌କୁ ବନ୍ଦ କରାଯାଇ ବାଲଟ୍‌ ପେପର ପ୍ରଚଳନ କରାଗଲା। ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ବାଲଟ୍‌ ପେପର ମାଧ୍ୟମରେ ହେଲା। ସୂଚନାଯୋଗ୍ୟ, ଇଣ୍ଡୋନେସିଆ ହେଉଛି ତୃତୀୟ ବୃହତ୍ତମ ଗଣତନ୍ତ୍ର ଦେଶ ଯେଉଁଠି ଆମେରିକା ଭଳି ରାଷ୍ଟ୍ରପତି ଶାସନ କରାଯାଇଥାଏ।

Share