Advertisement

ସଂକ୍ରମଣକୁ ନାହିଁ ଭୟ: ଗାଁ ଦାଣ୍ଡରେ ଜମୁଛି ତାସ ଆସର

କଣ୍ଟାପଡା,୩୦।୭(ଡି.ଏନ୍‌.ଏ.): ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏ ନେଇ ଚଳିତ ମାସରେ କଟକ ଜିଲାକୁ ୧୪ ତାରିଖରୁ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିଛନ୍ତି। ଅଧିକ ଲୋକ ଏକସାଙ୍ଗରେ ଏକତ୍ରିତ ହେବାକୁ ବାରଣ କରିଛନ୍ତି। ମାତ୍ର କଣ୍ଟାପଡା ବ୍ଲକ ଅଞ୍ଚଳରେ ଅମାନିଆମାନେ ବିଭିନ୍ନ ଆଳରେ ଏକତ୍ରିତ ହେଉଛନ୍ତି। ଗାଁ ପଡ଼ିଆରେ ପିଲାମାନେ ଏକାଠି ଖେଳୁଥିବା ବେଳେ ମାସ୍କ ବ୍ୟବହାର କରୁନ ଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଲେକେ ଗାଁଦାଣ୍ଡରେ ତାସ ଆସର ଜମାଉଛନ୍ତି। ଅପରାହ୍ନରୁ ବିଳମ୍ବିତ ରାତିପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାସ ଖେଳା ଚାଲୁଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହେଉନାହିଁ । ଖେଳିବା ବେଳେ ଲେକେ ସାମାଜିକ ଦୂରତ୍ୱକୁ ଭୁଲିଯିବା ସହ ମୁହଁରେ ମାସ୍କ ପିନ୍ଧୁ ନ ଥିବା ଦେଖିବାକୁ ମିଳୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share