କିମ୍‌ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନାହିଁ, ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଆରମ୍ଭ…

ଓ୍ବାଶିଂଟନ/ସିଓଲ, ୨୨।୮ : ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଆଣବିକ ଆକ୍ରମଣ ଧମକକୁ ଭୟ ନ କରି ସୋମବାର ଆମେରିକା ଏବଂ ଦକ୍ଷିଣ କୋରିଆ ଏକ ବୃହତ ସାମରିକ ଅଭ୍ୟାସ ଆରମ୍ଭ କରିଛନ୍ତି। ଉତ୍ତର କୋରିଆର ବଢୁଥିବା ଆଣବିକ ବିପଦ ମଧ୍ୟରେ ଦୁଇ ଦେଶ ଏଭଳି ପଦକ୍ଷେପ ନେଇଛନ୍ତି।

ଏହି ମିଳିତ ସମରାଭ୍ୟାସକୁ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହାକୁ ଏକ ଅଭ୍ୟାସ ଭାବରେ ଉପସ୍ଥାପନ କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏହା ହେଉଛି ସବୁଠାରୁ ବଡ ମିଳିତ ସାମରିକ ଅଭ୍ୟାସ। ଏହାକୁ ନେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ ଏବେ କ୍ରୋଧିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଦକ୍ଷିଣ କୋରିଆରେ ଉଲ୍ଚି ଫ୍ରିଡମ ଶିଲ୍ଡ ମିଳିତ ସମରାଭ୍ୟାସ ଜାରି ରହିବ। ବିମାନ, ଯୁଦ୍ଧ ଜାହାଜ, ଟ୍ୟାଙ୍କ ଏବଂ ବହୁ ସଂଖ୍ୟକ ସୈନିକ ଏଥିରେ ଯୋଗଦେଇଛନ୍ତି। ଆମେରିକା ଏବଂ ଦକ୍ଷିଣ କୋରିଆ ସେମାନଙ୍କ ସମରାଭ୍ୟାସକୁ ପ୍ରତିରକ୍ଷା ପ୍ରସ୍ତୁତି ଭାବେ ବୋଲି କହିଥିବାବେଳେ ଉତ୍ତର କୋରିଆ ଏହାକୁ ଏକ ଆକ୍ରମଣାତ୍ମକ ଅଭ୍ୟାସ ବୋଲି ବିବେଚନା କରୁଛି।

ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟର ମୁଖପାତ୍ର ଚୋ ଜଙ୍ଗ-ହୁନ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ କୋରିଆ ଏପର୍ଯ୍ୟନ୍ତ ଉତ୍ତର କୋରିଆର କୌଣସି କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇନାହିଁ। ତଥାପି, ପ୍ରତିକ୍ରିୟା ଘଟିବାର ସମ୍ଭାବନା ଅଛି ।

ସୂଚନାଯୋଗ୍ୟ, ଉତ୍ତର କୋରିଆ ସହିତ କୂଟନୈତିକ କଥାବାର୍ତ୍ତା ଯୋଗୁଁ ଆମେରିକା ଏବଂ ଦକ୍ଷିଣ କୋରିଆ ସେମାନଙ୍କର କିଛି ନିୟମିତ ସମରାଭ୍ୟାସ ବାତିଲ କରିଥିଲେ। ଗତ ସପ୍ତାହରେ ଉତ୍ତର କୋରିଆ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲଙ୍କ ଆଣବିକ ପଦକ୍ଷେପ ଗ୍ରହଣ କରିବା ବଦଳରେ ଅର୍ଥନୈତିକ ଲାଭ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।

Share