ଆର୍ଥିକ ସହାୟତା ଆବଶ୍ୟକ ନାହିଁ, ପରିବାର ଚଳାଇବାରେ ଆମେ ସକ୍ଷମ: ଅରିନ୍ଦମଙ୍କ ଭଉଣୀ

ପାଟଣା,୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମର ଯୁବ ରିପୋର୍ଟର ଅରିନ୍ଦମଙ୍କ ମୃତ୍ୟୁ ପରେ କକା ଧରଣୀଧର ଦାସ, ମା’ କୁନି ଦାସ, ସ୍ତ୍ରୀ ସମୀକ୍ଷା ବେହେରା ଓ ଅଢ଼େଇବର୍ଷର ପୁଅ ସାନଭିକ୍‌, ଭଉଣୀ ଝରଣା ଦାସ ପ୍ରମୁଖ ମ୍ରିୟମାଣ ହୋଇପଡ଼ିଛନ୍ତି। ଏମାନେ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ସାମାଜିକ ଗଣମାଧ୍ୟମରେ ତାଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଛି। ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ହୋଇଥିବା ପୋଷ୍ଟକୁ ତାଙ୍କ ଭଉଣୀ ଝରଣା ଦାସ ଓ କକା ଧରଣୀଧର ଦାସ ଭିତ୍ତିହୀନ କହିବା ସହ ଟୁଇଟରରେ ଏହାକୁ ଝରଣା ଖଣ୍ଡନ କରିଛନ୍ତି। ଆମେ ପ୍ରଭୁଙ୍କ ଦୟାରୁ ଭାଉଜ ଓ ପୁତୁରାଙ୍କୁ ସମ୍ମାନଜନକ ଜୀବନଯାପନ ଯୋଗାଇ ଦେବାକୁ ସକ୍ଷମ ଅଛୁ। ସୋସିଆଲ ମିଡିଆରେ ସହାୟତା ଆବଶ୍ୟକ ନାହିଁ।

ସୂଚନାଯୋଗ୍ୟ, କଟକ ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ହାତୀ ଉଦ୍ଧାର ନ୍ୟୁଜ୍‌ କଭରେଜ ପାଇଁ ଉଦ୍ଧାରକାରୀ ଦଳ ସହ ବୋଟ୍‌ରେ ଯାଇଥିଲେ ଯୁବ ରିପୋର୍ଟର ଅରିନ୍ଦମ ଦାସ। ଏହି ସମୟରେ ବୋଟ୍‌ଟି ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Share