ଆଜିଠୁ ହୋଟେଲରେ ଖାଇବା ମନା

ଭୁବନେଶ୍ୱର,୨୧।୪(ବ୍ୟୁରୋ): ବୁଧବାରଠାରୁ ହୋଟେଲରେ ଖାଇବା ପାଇଁ ମନା କରିଛି ବିଏମ୍‌ସି। ଏଥର କେହି ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ଶଲ ଆଣିବାର ବ୍ୟବସ୍ଥା ରହିଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରାଯାଇପାରିବ। ଗତ ୧୯ ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନର ଏନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଥିବା କହିଥିଲେ। ତେବେ ଆଜିଠାରୁ ବିଏମ୍‌ସି ଏହାକୁ କଡ଼ାକଡ଼ି କରିଛି।

Share