Categories: ଜାତୀୟ

ଗିରଫ ପରେ କହିଲେ ଚନ୍ଦ୍ରବାବୁ ନାଇଡୁ, କେହି ମୋତେ ଅଟକାଇ ପାରିବେ ନାହିଁ

ଅମରାବତୀ,୯।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ସେ କହିଛନ୍ତି, ତେଲୁଗୁ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ।

ଏକ୍ସ(ପୂର୍ବ ଟ୍ବିଟରରେ) ପୋଷ୍ଟ କରି କହିଛନ୍ତି, ବିନା ପ୍ରମାଣରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଗତ ୪୫ବର୍ଷ ଧରି ନିସ୍ବାର୍ଥପର ଭାବେ ତେଲୁଗୁ ଲୋକଙ୍କ ସେବା କରି ଆସିଛି ବୋଲି ସେ କହିଛନ୍ତି।

ତେଲୁଗୁ ଲୋକଙ୍କ ସ୍ବାର୍ଥ ରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ। ଦୁନିଆର କୌଣସି ଶକ୍ତି ମୋ ସମର୍ଥକଙ୍କୁ, ଆନ୍ଧ୍ର ପ୍ରଦେଶ ଓ ମୋ ମାତୃଭୂମିର ସେବା କରିବା ପାଇଁ ମୋତେ ଅଟକାଇ ପାରିବ ନାହିଁ। ଶାସକ ଦଳ ସବୁବେଳେ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ। ମିଛ କେସ୍‌ରେ ମୋତେ ଗିରଫ କରାଯାଇଛି। ନାଇଡୁ ଲୋକ ଏବଂ ଟିଡିପି କର୍ମୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ଶେଷରେ ସତ୍ୟ ଏବଂ ଧର୍ମର ବିଜୟ ହେବ ବୋଲି ସେ କହିଛନ୍ତି।

Share