ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେଲେ ନାହିଁ କେହି ବିଦେଶୀ ଅତିଥି

ନୂଆଦିଲ୍ଲୀ,୨୬ ।୧: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । କାରଣ ଏବର୍ଷ କେହି ବିଦଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ନାହାନ୍ତି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି । ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତୀ ବୋରିସ ଜନସନଙ୍କୁ ସାଧାରଣତନ୍ତ୍ର ଦିବସ ଅତିଥି ଭାବେ ନିମନ୍ତ୍ରଣ ମିଳିଥିବା ବେଳେ ଏବେ କିନ୍ତୁ ବ୍ରିଟେନରେ କରୋନା ସହ କରୋନାର ନୂଆ ଷ୍ଟ୍ରେନ୍ ସବୁ ପରିସ୍ଥିତିକୁ ବଦଳାଇ ଦେଇଛି ଯାହା ଫଳରେ ଜନସନ ଭାରତ ଆସିପାରି ନାହାନ୍ତି । ସାଧାରତନ୍ତ୍ର ଦିବସରେ ବିଦେଶୀ ଅତିଥି ଯୋଗ ନ ଦେବା କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଏପରି ହୋଇଛି । ହେଲେ ଗତ ୫ ଦଶକ ମଧ୍ୟରେ ପ୍ରଥମଥର ଲାଗି କେହି ବିଦେଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ପାରି ନାହାନ୍ତି ।

Share