ଆଉ ବିଡିଏ ଅନୁମତି ଲୋଡାନାହିଁ

ଭୁବନେଶ୍ୱର, ୨୮।୧୨(ବ୍ୟୁରୋ): ସହରାଞ୍ଚଳରେ ଜମି କିଣାବିକା ସହଜ ହେବ। କାରଣ ରାଜ୍ୟ ସରକାର ସମସ୍ତ ଲିଜ ଜମିକୁ ଫ୍ରି ହୋଲ୍ଡ କରିବେ। ବର୍ତ୍ତମାନ ସ୍ଥିତିରେ ଲିଜ ଜମିରେ ଜମି ମାଲିକଙ୍କୁ କେବଳ ହେରିଟେବୁଲ ରାଇଟ୍ସ ଦିଆଯାଇଛି। ଏହାର ଅର୍ଥ ଲିଜ୍‌ଧାରୀ କେବଳ ତାଙ୍କ ଉତ୍ତରାଧିକାରୀଙ୍କୁ ଜମି ଟ୍ରାନ୍ସଫର କରିପାରିବେ, କିନ୍ତୁ ବିକ୍ରି କରିପାରିବେ ନାହିଁ । ଫ୍ରି ହୋଲ୍ଡ ହେବା ପରେ ଲିଜ୍‌ଧାରୀଙ୍କ ଜମି ସ୍ଥିତିବାନ ଜମିରେ ପରିଣତ ହେବ। ଏହାଦ୍ୱାରା ସତ୍ତ୍ୱାଧିକାରୀ ଜମି ବିକ୍ରି କରିପାରିବେ । ଏଥିପାଇଁ ପୂର୍ବରୁ ବିଡିଏର ଅନୁମତି ନେବାକୁ ପଡୁଥିବା ବେଳେ ଏବେ ପଡ଼ିବ ନାହିଁ। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନୀତି ନିର୍ଦ୍ଧାରଣ କରାଯିବ । ଫ୍ରି ହୋଲ୍ଡ ଲାଗି ଜମି ମାଲିକଙ୍କଠାରୁ ନଗନ୍ୟ ଦେୟ ଆଦାୟ କରାଯିବ । ଏହି ଅର୍ଥ ସହରାଞ୍ଚଳର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଏହା କାର୍ଯ୍ୟକାରୀ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Share