Categories: ଜାତୀୟ

କୌଣସି ସରକାର ସମ୍ବିଧାନକୁ ବିପଦରେ ପକାଇ ପାରିବେ ନାହିଁ: ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ଶ୍ରେଷ୍ଠତମ। କୌଣସି ସରକାର ସମ୍ବିଧାନକୁ ବିପଦରେ ପକାଇ ପାରିବେ ନାହିଁ। ଲୋକ ସଭା ବାଚସ୍ପତି ଓମ୍‌ ବିରଳା ସମ୍ବିଧାନ ଦିବସ ଅବସରରେ ଗୁରୁବାର ଏଭଳି କହିଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ସେ ଏଭଳି କହିଛନ୍ତି। ସମ୍ବିଧାନ ଯୋଗୁ ୧୭ତମ ଲୋକସଭା ନିର୍ବାଚନରେ ମତଦାନର ପ୍ରତିଶତ ବଢ଼ିଛି। ଏହା ଲୋକତନ୍ତ୍ର ପ୍ରତିଥିବା ଦେଶର ଜନସାଧାରଣଙ୍କ ବିିଶ୍ୱାସକୁ ପ୍ରତିପାଦିତ କରିଥିବା ସେ କହିଛନ୍ତି। ଦେଶରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି। ସଂସଦରେ ସମୟ ସମୟରେ ହେଉଥିବା ହଙ୍ଗାମା ନେଇ ସେ କହିଛନ୍ତି ଯେ, ସଂସଦର କାର୍ଯ୍ୟ ଗାରିମାପୂର୍ଣ୍ଣ ଭାବେ ହେବା ଆବଶ୍ୟକ। ସମସ୍ତ ସଦସ୍ୟ ସଂସଦର ମର୍ଯ୍ୟାଦା ପ୍ରତି ସଚେତନ ରହିବା ଉଚିତ ବୋଲି ସେ କହିଛନ୍ତି।

Share