Categories: ଜାତୀୟ

ଗଙ୍ଗାଜଳ ଉପରେ ଜିଏସ୍‌ଟି ଲାଗୁ ହୋଇ ନ ଥିବା ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୨ା୧୦: ଗଙ୍ଗାଜଳ ଉପରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହୋଇ ନ ଥିବା କେନ୍ଦ୍ର ସରକାର ଗୁରୁବାର ସ୍ପଷ୍ଟ କରିଛନ୍ତି। ଗଙ୍ଗାଜଳ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲଗାଯାଇଥିବା ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ସମାଲୋଚନା କରିଥିଲେ। ପରେ କେନ୍ଦ୍ରୀୟ ପରୋକ୍ଷ ଟିକସ୍‌ ବୋର୍ଡ ପକ୍ଷରୁ ଉପରୋକ୍ତ ସ୍ପଷ୍ଟୀକରଣ ଦିଆଯାଇଛି।

ଖାର୍ଗେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧିତ କରି, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ସାଧାରଣ ଭାରତୀୟଙ୍କ ପାଇଁ ମୋକ୍ଷ ପ୍ରଦାନକାରୀ ଭାବେ ଗଙ୍ଗା ମା’ଙ୍କ ସର୍ବାଧିକ ଗୁରୁତ୍ୱ ରହିଆସିଛି। ପ୍ରଧାନମନ୍ତ୍ରୀ ଗୁରୁବାର ଉତ୍ତରାଖଣ୍ଡରେ ଥିବାବେଳେ ତାଙ୍କ ସରକାର ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି ଲଗାଇଛନ୍ତି। ଏହା ମୋଦି ସରକାରଙ୍କ ସବୁଠୁ ବଡ଼ ଲୁଟ୍‌ ଓ ଅନୈତିକ କାର୍ଯ୍ୟ ବୋଲି ଖାର୍ଗେ ଲେଖିଥିଲେ। ଏପରିକି ଗଙ୍ଗାଜଳ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ନକଲି ରାମ ଭକ୍ତଙ୍କୁ ପଦାରେ ପକାଇଛି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ କହି ସମାଲୋଚନା କରିଥିଲେ।

Share