କରୋନା ଟିକାର କୌଣସି ଗ୍ୟାରେଣ୍ଟି ନାହିଁ: ଡବ୍ଲୁଏଚ୍‌ଓ ମୁଖ୍ୟ

ଓ୍ବାଶିଂଟନ୍‌,୨୩।୯: କରୋନା ମହାମାରୀକୁ ରୋକିବା ପାଇଁ ଟିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ଏହା କାମ କରିବ କିମ୍ବା ନ କରିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ ଅଧାନୋମ ଗେବ୍ରେଏସ କହିଛନ୍ତି। କରୋନା ଭାଇରସ ପାଇଁ ବିକଶିତ ହେଉଥିବା କୌଣସି ଟିକା କାମ କରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏନେଇ କୌଣସି ଗ୍ୟାରେଣ୍ଟି ଦେଇପାରିବ ନାହିଁ। ଏକ ଭର୍ଚୁଆଲ ପ୍ରେସ ବିଜ୍ଞପ୍ତି ଜରିଆରେ ଏବ୍ଲୁଲଏଚ୍‌ଓ ମୁଖ୍ୟ ଏହା କହିଛନ୍ତି। ତେବେ ଏହି ଟିକା ଉପରେ ଯେତେ ଅଧିକ ପରୀକ୍ଷା କରାଯିବ, ସେତେ ଉନ୍ନତ ତଥା ପ୍ରଭାବଶାଳୀ ଟିକା ବିକଶିତ ହୋଇପାରିବ। କରୋନାର ମୁକାବିଲା ପାଇଁ ପ୍ରାୟ ୨୦୦ ଟିକା ପ୍ରସ୍ତୁତ କରାଯାଉଛି। ଏହି ଟିକା ଏବେ କ୍ଲିନିକାଲ ଏବଂ ପ୍ରିକ୍ଲିନିକାଲ ପରୀକ୍ଷଣ ପର୍ଯ୍ୟାୟରେ ଅଛି। ଏଥି ମଧ୍ୟରୁ କିଛି ଟିକି ବିଫଳ ହେବ ଏବଂ କିଛି ସଫଳ ହେବ ବୋଲି ଟେଡ୍ରୋସ କହିଛନ୍ତି।

Share