ଭୁବନେଶ୍ୱର,୬।୧: ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତକୁ ନେଇ ଦ୍ବନ୍ଦ୍ବ ବଢ଼ିଛି। ପରିବହନ କମିଶନର ଆଲୋଚନା ସଫଳ ହୋଇଥିବା କହିଥିବା ବେଳେ ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ଡ୍ରାଇଭର ସଂଘ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏଥର ପରିବହନ ବ୍ୟବସ୍ଥା ସ୍ବାଭାବିକ ହେବ ।
ଅନ୍ୟପକ୍ଷେ ଡ୍ରାଇଭର ମହସଂଘ କମିଶନରଙ୍କ କଥାକୁ ଖଣ୍ଡନ କରିବା ସହ ଆନ୍ଦୋଳନ ଜାରି ରହିବ ବୋଲି କହିଛି ।
ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ଡ୍ରାଇଭରଙ୍କ ଆନ୍ଦୋଳନ ସ୍ଥଗିତ ହୋଇ ନାହିଁ । ଏପର୍ଯ୍ୟନ୍ତ ସ୍ଥଗିତ ନିଷ୍ପତ୍ତି ମଧ୍ୟ ହୋଇନି । ସରକାରଙ୍କ ସହ କିଛି ଆଲୋଚନା ହୋଇଛି । ଆଉ କିଛି ଆଲୋଚନା ହୋଇନି । ରାଜ୍ୟ ସରକାର ଆଲୋଚନା ପାଇଁ ସୋମବାର ଯାଏ ସମୟ ଦେଇଛନ୍ତି । ତାଙ୍କର ଆଲୋଚନା ଓ ପ୍ରତିଶ୍ରୁତି ଉପରେ ଭରସା ନାହିଁ । କାଲିର କାର୍ଯ୍ୟପନ୍ଥା କ’ଣ ରହିବ ସାରେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।