Posted inଜାତୀୟ

ନା ପରେ ବି ମନ ମାନୁନି

ନୂଆଦିଲ୍ଲୀ,୨୭ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ ଲଗାତର କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ଦର୍ଶାଇ ଜୁଲାଇ ୩୧ରେ ପଦ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ପୂରିବାକୁ ଆଉ ୫ ଦିନ ବାକି ଥିବାବେଳେ ସଞ୍ଜୟଙ୍କୁ ଇଡି ନିର୍ଦ୍ଦେଶକ ପଦରେ ଆସନ୍ତା ଅକ୍ଟୋବର ୧୫ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦେବା ପାଇଁ ବୁଧବାର କେନ୍ଦ୍ର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛି। ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ନିରୋଧୀ ବୈଶ୍ୱିକ ଜଗୁଆଳି ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ଚଳିତ ବର୍ଷର ସମୀକ୍ଷା କରୁଛି। ସମୀକ୍ଷା ବେଳେ ସଞ୍ଜୟଙ୍କ ଅନୁପସ୍ଥିତି ଜାତୀୟ ସ୍ବାର୍ଥକୁ ଗଭୀର ପ୍ରଭାବିତ କରିବ ବୋଲି କେନ୍ଦ୍ର ପକ୍ଷରୁ ଯୁକ୍ତି ବଢ଼ାଯାଇଛି।
ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟ ଜଷ୍ଟିସ୍‌ ବି.ଆର୍‌. ଗଭାଇ, ହିମା କୋହଲି ଏବଂ ପ୍ରଶାନ୍ତ କୁମାର ମିଶ୍ରାଙ୍କ ଖଣ୍ଡପୀଠରେ ଜୁଲାଇ ୧୧ ରାୟରେ ପରିବର୍ତ୍ତନ ଆଣିବା ପାଇଁ ଏକ ପିଟିଶନ୍‌ ଦାଖଲ କରିଛନ୍ତି। ଉକ୍ତ ଆବେଦନର ତ୍ୱରିତ ଶୁଣାଣି କରିବାକୁ ମେହେଟ୍ଟା ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ଗଭାଇ କହିଛନ୍ତି, ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ସଞ୍ଜୟ କାରୋଲ ସାମିଲ ଥିବା ୩ ଜଣିଆ ଖଣ୍ଡପୀଠ ଜୁଲାଇ ୧୧ରେ ଏହି ରାୟ ଦେଇଥିଲେ। ଜଷ୍ଟିସ୍‌ ନାଥ ଏବଂ କାରୋଲ ଏବେ ପୃଥକ୍‌ ପୀଠରେ ଅଛନ୍ତି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ଏକ ଭିନ୍ନ ଖଣ୍ଡପୀଠ ଗଠନ ପାଇଁ ରେଜେଷ୍ଟ୍ରି ଅନୁରୋଧ କରନ୍ତୁ। ମେହେଟ୍ଟା ଯୁକ୍ତି ବାଢ଼ିଥିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଜୁଲାଇ ୨୮ ସୁଦ୍ଧା ଏହାର ବିଚାର କରାଯାଉ। ଏହା ଶୁଣିବା ପରେ ଜଷ୍ଟିସ୍‌ ଗଭାଇ କହିଥିଲେ, ଗୁରୁବାର ଅପରାହ୍ନ ୩ଟା ୩୦ରେ ଏହା ଉପରେ ବିଚାର କରାଯିବ।
ସରକାରଙ୍କ ମତରେ ୧୯୮୪ ବ୍ୟାଚ୍‌ର ଜଣେ ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ସଞ୍ଜୟ ମିଶ୍ରା ଜଣେ ଅର୍ଥନୀତି ବିଶେଷଜ୍ଞ। ସଞ୍ଜୟ ଦିଲ୍ଲୀରେ ଆୟକର ବିଭାଗର ମୁଖ୍ୟ କମିଶନର ଥିବାବେଳେ ଅନେକ ଉଚ୍ଚସ୍ତରୀୟ ମାମଲାର ତଦନ୍ତ କରି ସଫଳତା ହାସଲ କରିଥିବା ଦର୍ଶାଇ ତାଙ୍କୁ ୨୦୧୮ ଅକ୍ଟୋବରରେ ୩ ମାସ ପାଇଁ ଇଡିର ଅନ୍ତରୀଣ ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପୂର୍ଣ୍ଣକାଳୀନ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୦ ନଭେମ୍ବରରେ ସଞ୍ଜୟ ୬୦ ବର୍ଷରେ ଉପନୀତ ହୋଇ ଅବସର ନେବାକୁ ଥିବାବେଳେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାର ଏହି ଅବଧିକୁ ଆଉ ବର୍ଷେ ବଢ଼ାଇଦେଇଥିଲେ। ସେତେବେଳେ ଏନ୍‌ଜିଓ କମନ୍‌ କଜ୍‌ ଏହି ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲା। ତେବେ କେନ୍ଦ୍ର ସରକାର ଏହା ପୂର୍ବରୁ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଆଇନ ଏବଂ ଦିଲ୍ଲୀ ପୋଲିସ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟରେ ସଂଶୋଧନ ଆଣିଥିବାରୁ ୨୦୨୧ରେ ସୁପ୍ରିମକୋର୍ଟ ସଞ୍ଜୟଙ୍କ ନିଯୁକ୍ତି ଅବଧି ବୃଦ୍ଧିକୁ ଅନୁମତି ଦେଇଥିଲେ। ଉକ୍ତ ସଂଶୋଧନ ଫଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମୁଖ୍ୟ ନିଜ ୨ ବର୍ଷିଆ କାର୍ଯ୍ୟକାଳ ପୂରଣ କରିବା ପରେ ଆଉ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ବ୍ୟବସ୍ଥା ହୋଇଛି। ଏହି ଦୃଷ୍ଟିରୁ ସଞ୍ଜୟଙ୍କ ଅବଧି ୨୦୨୧ ନଭେମ୍ବରରେ ଶେଷ ହେବାକୁ ଥିବାବେଳେ ସରକାର ଏହାକୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ପୁଣି ବଢ଼ାଇଥିଲେ। ସଞ୍ଜୟଙ୍କ ଶେଷ ବର୍ଦ୍ଧିତ ଅବଧି ୨୦୨୩ ନଭେମ୍ବର ପର୍ଯ୍ୟନ୍ତ ରହିଥିଲା। ଥରକୁ ଥର ଅବଧି ବୃଦ୍ଧି ମଧ୍ୟରେ ସଞ୍ଜୟ ଅନେକ ହାଇ-ପ୍ରୋଫାଇଲ ରାଜନେତା ବିଶେଷକରି ବିରୋଧୀ ଦଳଗୁଡ଼ିକର ନେତାଙ୍କ ବିରୋଧରେ ତଦନ୍ତ ଚଳାଇ ଚର୍ଚ୍ଚିତ ହୋଇଥିଲେ। ତେଣୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ବିରୋଧରେ ସରକାର ଇଡିକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ବଢ଼ିଥିଲା। ଇତିମଧ୍ୟରେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା, ଜୟା ଠାକୁର ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରଙ୍କ ସମେତ ଆଉ କେତେଜଣ ବ୍ୟକ୍ତି ସଞ୍ଜୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍‌ ନାଥ ଏବଂ କାରୋଲ ସାମିଲ ଥିବା ୩ ଜଣିଆ ଖଣ୍ଡପୀଠ ଜୁଲାଇ ୧୧ ରାୟରେ କହିଥିଲେ, ସଞ୍ଜୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୧ରେ ଦିଆଯାଇଥିବା ରାୟରେ ଥିବା ନିୟମକୁ ଉଲ୍ଲଂଘନ କରୁଛି। ତେବେ ଏଫ୍‌ଏଟିଏଫ୍‌ ଚଳିତ ବର୍ଷର ସମୀକ୍ଷା ଚଳାଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସହଜ ଦାୟିତ୍ୱ ହସ୍ତାନ୍ତର ପାଇଁ ସଞ୍ଜୟ ଜୁଲାଇ ୩୧ ପର୍ଯନ୍ତ ଇଡି ନିର୍ଦ୍ଦେଶକ ପଦରେ ରହିପାରିବେ। ଏହା ପରେ କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ମୁଖ୍ୟ ଭାବେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

ଲେବାନନରେ ଫୁଟିଲା ପେଜର ବୋମା, ଭାରତରେ ବଢିଲା ସୁନାର ଦାମ!

ନୂଆଦିଲ୍ଲୀ,୨୩।୯: ପୁଣିଥରେ ସୁନା ଦର ବୃଦ୍ଧି ଭାରତରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତରେ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ୧୦ ଗ୍ରାମ...

ଘୃଣା ଦ୍ୱାରା କେହି ଉପକୃତ ହୁଅନ୍ତି ନାହିଁ, କାହିଁକି ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୩ା୯: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ସୁରନକୋଟରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri