ମୁମ୍ବାଇ,୨୪।୧:ମୁମ୍ବାଇ ସମେତ ମହାରାଷ୍ଟ୍ରର କେତେକ ସହରରେ ମହାନଗର ନିଗମ ଓ ପୌର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ(ୟୁବିଟି) ପ୍ରକାଶ ଆମ୍ବେଡକରଙ୍କ ବଞ୍ଚତ୍ତ ବହୁଜନ ଅଘାଡ଼ି (ବିଭିଏ) ସହ ମେଣ୍ଟ କରିଛି। ପ୍ରକାଶ ହେଉଛନ୍ତି ସମ୍ବିଧାନ ପ୍ରଣେତା ଡ. ବି.ଆର୍. ଆମ୍ବେଡ୍କରଙ୍କ ନାତି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍ରେଙ୍କ ୯୭ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ବେଳର ଫଟୋକୁ ଉଦ୍ଧବଙ୍କ ଅଫିସ ପକ୍ଷରୁ ଟୁଇଟରରେ ଶେୟାର କରାଯାଇଛି। ତେବେ ଠାକ୍ରେ-ଆମ୍ବେଡକରଙ୍କ ମେଣ୍ଟର କୌଣସି ପ୍ରଭାବ ରହିବ ନାହିଁ ବୋଲି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି।