କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ। ତେବେ ଡାଲି ଆମଦାନୀ ବନ୍ଦ ହୋଇଗଲେ ଦେଶରେ ଏହାର ଦରବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏନେଇ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଅଲ ଇଣ୍ଡିଆ ଡାଲ ମିଲର୍ସ ଆସୋସିଏସନ ମଧ୍ୟ ଏନେଇ ସରକାରଙ୍କ ସହ ଆଲୋଚନା କରିଥିଲେ।

ଡାଲି ଆମଦାନୀକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ କାନାଡାରୁ ଡାଲି ଆମଦାନୀ କରିବାରେ କୌଣସି ଅସୁବିଧା ନାହିଁ। କାନାଡା ବ୍ୟବସାୟୀମାନେ ମଧ୍ୟ ଭାରତକୁ ଡାଲି ପଠାଉଛନ୍ତି। ଭାରତରେ ବାର୍ଷିକ ପ୍ରାୟ ୨୩ ଲକ୍ଷ ଟନ ମସୁର ବ୍ୟବହାର ହୋଇଥାଏ। ବାର୍ଷିକ ପ୍ରାୟ ୧୫ରୁ ୧୬ଲକ୍ଷ ଟନ ମସୁର ଡାଲି ଘରୋଇ ଭାବରେ ଉତ୍ପାଦିତ ହୁଏ ଏବଂ ବାକି ଆମଦାନୀ ହୋଇଥାଏ।

ମସୁର ଆମଦାନି ପାଇଁ ଭାରତ ମୁଖ୍ୟତ କାନାଡା ଉପରେ ନିର୍ଭର କରିଥାଏ। ଚଳିତ ବର୍ଷ ଏପ୍ରିଲ-ଜୁନ ମାସରେ ଭାରତ କାନାଡାରୁ ପ୍ରାୟ ଏକ ଲକ୍ଷ ଟନ ଡାଲି ଆମଦାନୀ କରିଛି। ଗତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଭାରତ କାନାଡାରୁ ୩୭୦ ନିୟୁତ ଡଲାରର ୪.୮୫ ଲକ୍ଷ ଟନ ମସୁର ଆମଦାନୀ କରିଥିଲା।

କାନାଡାରେ ଡାଲି ଫସଲର ୯୫ ପ୍ରତିଶତ ସସ୍କାଚେୱାନ ରାଜ୍ୟରେ ଚାଷ କରାଯାଏ ଏବଂ ଏହି ରାଜ୍ୟର ଡାଲି ବ୍ୟବସାୟୀମାନେ ଭାରତୀୟ ବଜାରରେ ସର୍ବାଧିକ ଡାଲି ବିକ୍ରି କରିଥାନ୍ତି। ଭାରତ ସହ ଥିବା ତିକ୍ତତାକୁ ଦୃଷ୍ଟିରେ ରଖି ସସ୍କାଚୱାନ ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଯଥାଶୀଘ୍ର ଭାରତକୁ ଡାଲି ରପ୍ତାନୀ କରିବାକୁ ଚାହୁଁଛନ୍ତି। କାନାଡାରୁ ଭାରତକୁ ଡାଲି ପହଞ୍ଚିବା ପାଇଁ ପ୍ରାୟ ୪୦ଦିନ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ଇସ୍ରାଏଲ ଉପରେ ହେଜବୋଲ୍ଲାର କାଉଣ୍ଟର୍‌ ଆଟାକ୍‌, ୭ ମିନିଟ୍‌ରେ ଛାଡ଼ିଲା ୬୦ କ୍ଷେପଣାସ୍ତ୍ର

ଜେରୁଜେଲମ,୧୯।୧୦: ହେଜବୋଲ୍ଲା ମୁଖ୍ୟ ହସନ ନାସରାଲ୍ଲା ଏବଂ ହମାସ ମୁଖ୍ୟ ସିନଓ୍ବାରଙ୍କ ହତ୍ୟା ପରେ ମଧ୍ୟ ଇସ୍ରାଏଲର ଚିନ୍ତା କମ୍‌ ହେବା ଦେଖାଯାଉନାହିଁ। କାରଣ ହେଜବୋଲ୍ଲା...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri