Categories: ଜାତୀୟ

ବାଣଫୁଟା ନେଇ ଦିଲ୍ଲୀ ସରକାରଙ୍କ ଆଦେଶରେ କରାଯିବ ନାହିଁ ହସ୍ତକ୍ଷେପ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୩।୯ : ଦିଲ୍ଲୀ ସରକାରଙ୍କ ବାଣ ବିକ୍ରୟ ତଥା ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ଯେଉଁଠାରେ ସରକାର ବାଣଫୂଟା ନିଷିଦ୍ଧ କରିଛନ୍ତି, ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ନିଷେଧ।

ଏନେଇ ଭାଜପା ଏମପି ମନୋଜ ତିୱାରୀ ଦିଲ୍ଲୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶକୁ ସମାଲୋଚନା କରି କହିଛନ୍ତି ସବୁଜ ବାଣ ଫୁଟାଇବା ପାଇଁ କୋର୍ଟଙ୍କ ଅନୁମୋଦନ ସତ୍ତ୍ୱେ ଏହାକୁ ଦିଲ୍ଲୀ ସରକାର ବାରଣ କରିବା ଠିକ ନୁହେଁ।

Share