Categories: ଜାତୀୟ

ଓ୍ବାକଫ୍‌ ବୋର୍ଡର ବିନା ଅନୁମତିରେ ବିକି ହେଉନି ଜମି

ଚେନ୍ନାଇ, ୧୫।୯: ତାମିଲନାଡୁର ୨୦ଟି ଗ୍ରାମର ଜମି ମାଲିକ ଏବେ ଚିନ୍ତାରେ। ଓ୍ବାକଫ୍‌ ବୋର୍ଡର ବିନା ଅନୁମତିରେ ଗ୍ରାମର କୌଣସି ଜମି ମାଲିକ ନିଜ ସମ୍ପତ୍ତି ବିକ୍ରି କରିପାରୁ ନ ଥିବା ଥିରୁଚେନ୍ଦୁରାଇ ସବ୍‌-ରେଜିଷ୍ଟ୍ରାର ଅଫିସ୍‌ ପକ୍ଷରୁ କୁହାଯାଇଛି। ଏହି ଗ୍ରାମର ସମସ୍ତ ଜମିକୁ ଓ୍ବାକଫ୍‌ ବୋର୍ଡ କବ୍‌ଜା କରି ନେଇଥିବାବେଳେ ଜମି ମାଲିକମାନେ ନିଜ ସମ୍ପତ୍ତି ବିକ୍ରି କରିବା ପୂର୍ବରୁ ଚେନ୍ନାଇରେ ଥିବା ବୋର୍ଡ କାର୍ଯ୍ୟାଳୟରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ (ଏନ୍‌ଓସି) ଆଣିବା ଆବଶ୍ୟକ ହୋଇପଡ଼ିଛି। ଗ୍ରାମରେ କେହି ମୁସଲମାନ ସମ୍ପ୍ରଦାୟର ଲୋକ ବାସ କରୁ ନ ଥିବାବେଳେ ଜମିର ମାଲିକାନା କୌଣସି ମୁସଲମାନ ବ୍ୟକ୍ତିଙ୍କ ନାମରେ ନ ଥିବା ଜଣାପଡ଼ିଛି। ବିଭିନ୍ନ ଜିଲାରେ ବୋର୍ଡର ଜମି ଥିବା ଦାବି କରି ଓ୍ବାକଫ୍‌ ବୋର୍ଡ ପକ୍ଷରୁ ୨୦ ପୃଷ୍ଠା ବିଶିଷ୍ଟ ଚିଠି ଟ୍ରିଚିର ୧୨ଟି ରେଜିଷ୍ଟ୍ରେଶନ୍‌ ଅଫିସ୍‌କୁ ପଠାଯାଇଛି।

Share