ଦୁର୍ଗା ପୂଜା ଭସାଣିରେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା

କଟକ,୮।୯: ଚଳିତବର୍ଷ ଦୁର୍ଗାପୂଜା ଭସାଣି ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଅଣ୍ଟା ଭିଡିଛି ଦୋୖତ ନଗରୀ ପୋଲିସ । ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ପୁଣି ଗୁରୁତ୍ବ ଦିଆଯାଇଛି । ବୈଠକରେ ବୈଠକରେ ଜିଲାପାଳ, ମେୟର୍, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ ।

ପୂର୍ବରୁ ନିଷ୍ପତ୍ତି ହୋଇଥିଲା ଯେ, କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ। ଭସାଣିରେ ପାରଂପରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପୁଲିସ କମିସନରଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ। ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।

Share