ମସ୍କୋ,୧୮।୧୧: ରୁଷ୍ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ ବିରୋଧରେ ଆଜୀବନ କୌଣସି ମାମଲା ଦାଏର କରାଯାଇ ପାରିବ ନାହିଁ। ଏନେଇ ରୁଷ୍ ସଂସଦରେ ଏକ ବିଲ୍ ଅନୁମୋଦିତ ହୋଇଛି। ନିମ୍ନ ସଦନ ଡୁମାରେ ଏହି ବିଲ୍ ପାସ୍ ହୋଇଛି। ବିଲ୍ ଅନୁସାରେ ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ପୁଟିନ୍ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ କୌଣସି ଅଭିଯୋଗ ଆଧାରରେ ମାମଲା ଦାଏର ହୋଇପାରିବ ନାହିଁ। ଜୁଲାଇରେ ହୋଇଥିବା ଜନମତ ସଂଗ୍ରହରେ ଏହି ପ୍ରସ୍ତାବକୁ ସହମତି ମିଳିଥିଲା। ପୁଟିନ୍ଙ୍କ କାର୍ଯ୍ୟକାଳ ୨୦୨୪ରେ ଶେଷ ହେଉଛି। ତେବେ ସଂସଦରେ ହୋଇଥିବା ସଂଶୋଧନ ଅନୁସାରେ ସେ ୧୨ ବର୍ଷ ଅର୍ଥାତ୍ ଦୁଇଟି କାର୍ଯ୍ୟକାଳ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିିବେ। ସୂଚନାଯୋଗ୍ୟ, ୨୦୦୦ଠାରୁ ପୁଟିନ୍ ରୁଷ୍ରେ କ୍ଷମତାରେ ରହିଛନ୍ତି। ଏହି ସମୟ ମଧ୍ୟରେ ସେ ନିଜ ସପକ୍ଷରେ ବହୁ ନୂଆ ଆଇନ ଆଣିଛନ୍ତି।