ପଟ୍ଟା ନାହିଁ, ଆକାଉଣ୍ଟକୁ ଛଡାଯାଉନି ଦ୍ୱିତୀୟ କିସ୍ତି

କୁନ୍ଦୁରା,୪ା୧୨(ସନ୍ତୋଷ ପ୍ରହରାଜ): ଗ୍ରାମାଞ୍ଚଳଗୁଡିକରେ ବର୍ତ୍ତମାନ ସୁଦ୍ଧା ଘରବାରି ପଟ୍ଟା ସମସ୍ତଙ୍କୁ ମିଳିନାହିଁ। ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ଗୃହ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଥିଲା। ପରେ ହିତାଧିକାରୀ ଗୃହ ନିର୍ମାଣ ଆରମ୍ଭ କରିଛନ୍ତି। ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ବେଳେ ପ୍ରଥମ କିସ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇ ତିନି ମାସ ମଧ୍ୟରେ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ କୁହାଯାଇଥିଲା। ବର୍ତ୍ତମାନ ହିତାଧିକାରୀ ଅଧା ଘର ନିର୍ମାଣ କରି ଦ୍ବିତୀୟ କିସ୍ତି ଟଙ୍କାକୁ ଅପେକ୍ଷା କରିଥିବା ବେଳେ ପଟ୍ଟା ନ ଥିଲେ ଦ୍ବିତୀୟ କିସ୍ତି ମିଳିବନି ବୋଲି କୁନ୍ଦୁରା ବ୍ଲକରେ ନୂଆ କରି ଯୋଗଦେଇଥିବା ବିଡିଓ କପିଳେଶ୍ବର ତାଣ୍ଡି କହିଛନ୍ତି। ଫଳରେ ଅଧା ଗୃହ ନିର୍ମାଣ କରି ବହୁ ଗରିବ ହିତାଧିକାରୀ ଏବେ ଚିନ୍ତାରେ ପଡିଛନ୍ତି। ପ୍ରଶାସନର ଏତାଦୃଶ ନିଷ୍ପତ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୋରାପୁଟ ଜିଲାର କୁନ୍ଦୁରା ବ୍ଲକ ଅସମ୍ପୂର୍ଣ୍ଣ ଗୃହ ନିର୍ମାଣ ତାଲିକାରେ ଜିଲାରେ ପ୍ରଥମ ସ୍ଥାନରେ ରହିଛି। କୁନ୍ଦୁରା ବ୍ଲକ ଅଧୀନରେ ୧୬ଟି ପଞ୍ଚାୟତ ରହିଥିବା ବେଳେ ଗତ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରାୟ ୪୦୦ରୁ ଅଧିକା ନିର୍ମାଣ ନ ହୋଇ ପଡ଼ି ରହିଛି। ସେହିଭଳି ୨୦୨୩ରେ ନୂତନ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ୨୨୫୦ ଗୃହରୁ ମାତ୍ର ୨୦୦ ଗୃହ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ଅନ୍ୟପକ୍ଷରେ ବିଡିଓ ତାଣ୍ଡି କହନ୍ତି, ଯେଉଁ ହିତାଧିକାରୀଙ୍କ ପଟ୍ଟା ନାହିଁ ସେମାନଙ୍କ ବିଲ ପଟ୍ଟା ଦାଖଲ କରିବାକୁ ହିତାଧିକାରୀଙ୍କୁ କୁହାଯାଇଛି। ସେମାନେ ଏହା ଦାଖଲ କରିବା ପରେ ସେମାନଙ୍କ ଦ୍ୱିତୀୟ କିସ୍ତି ଅର୍ଥ ଜମାଖାତାରେ ପୈଠ କରାଯିବ। ପଟ୍ଟା ନ ଥାଇ ଜଣେ ବ୍ୟକ୍ତିଙ୍କୁ କିପରି ପ୍ରଶାସନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଗୃହ ପାଇଁ ଯୋଗ୍ୟ ହିତାଧିକାରୀ ରୂପେ ତାଲିକାଭୁକ୍ତ ହୋଇପାରିଲା ଏବଂ ପଟ୍ଟା ନ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଜମାଖତାକୁ ପ୍ରଶାସନ କିପରି ପ୍ରଥମ କିସ୍ତି ଟଙ୍କା ଛାଡିଲା ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏହି କାର୍ଯ୍ୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ସହାୟକ ନିୟୋଜିତ ରହିଥିବା ବେଳେ ଏବେ ସେମାନେ ଆକ୍ରୋଶର ଶିକାର ହେଉଥିବା ଦେଖିବାକୁ ମିଳୁଛି। ୨୦୧୧ ବସତି ବନ୍ଦୋବସ୍ତ ତଥା ସେଟେଲମେଣ୍ଟ ଅନୁସାରେ କୁନ୍ଦୁରା ବ୍ଲକ୍‌ରେ ୫୦ ପ୍ରତିଶତ ଜାଗାର ପଟ୍ଟା ନ ଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ତହସିଲଦାରଙ୍କ ଦ୍ୱାରା ପଟ୍ଟା ନ ଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ଏହା ପ୍ରଦାନ କରିବା ପାଇଁ ନିୟମ ରହିଛି। ଏହି ନିୟମକୁ ଉପଯୋଗ ନ କରି ପ୍ରଶାସନ ଗରିବ ହିତାଧିକାରୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। କୁନ୍ଦୁରା ବ୍ଲକରେ ଗତ ୨ ବର୍ଷ ମଧ୍ୟରେ ୪ ଜଣ ବିଡିଓଙ୍କ ବଦଳି ହେବାଓ ସମସ୍ତ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ଯୋଗୁ ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଗୃହ ନିର୍ମାଣରେ ବିଳମ୍ବ ହେଉଥିବା ଆଲୋଚନାହେଉଛି। ଏଥିପ୍ରତି ଜିଲା ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ଲାଗି ସାଧାରରରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଇନ୍‌ଚ୍ୟୁତ ହେଲା ଟ୍ରେନ୍‌: ଟ୍ରେନ ଚଳାଚଳ ବ୍ୟାହତ

କୋରାପୁଟ,୨୧।୧୦(ଅମିତାଭ ବେହେରା): କୋରାପୁଟ-ବିଶାଖାପାଟଣା ଟ୍ରେନ୍‌ ଲାଇନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। କୋରାପୁଟ କୋତାବାଲସା ରୁଟ୍‌ ଚିମିଡ଼ିପାଲ୍ଲୀ ଷ୍ଟେଶନ ନିକଟରେ ଟ୍ରେନର ୫...

କୋରାପୁଟ ଜିଲା ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ୬ ଜଣଙ୍କୁ ସଫଳତା

କୋରାପୁଟ,୨୦।୧୦(ଅମିତାଭ ବେହେରା ): ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୋରାପୁଟ ଜିଲାର ୬ ଜଣ ଯୁବତୀ ଓ...

କୋଟିଆ ପଞ୍ଚାୟତର ନୂଆ ଭୋଟକେନ୍ଦ୍ର ଉପରେ ମୋହର ମାରିଲେ କେନ୍ଦ୍ର ନିର୍ବାଚନ ଅଧିକାରୀ: ଗ୍ରାମରେ ଖେଳିଗଲା ଖୁସି

ପଟ୍ଟାଙ୍ଗି,୧୯।୧୦(ଶରତ ଧଳ): ଓଡ଼ିଶାର ଭୋଟରଙ୍କ ଦୁର୍ବଳତାର ଫାଇଦା ଉଠାଇ ପଡୋଶୀ ଆନ୍ଧ୍ର ରାଜ୍ୟ ନିଜ ସପକ୍ଷରେ ପଞ୍ଚାୟତ ଓ ବିଧାନସଭା ଦୁଇଟି ନିର୍ବାଚନରେ ଫାଇଦା ଉଠାଇ...

ଆନ୍ଧ୍ର ସରକାରଙ୍କୁ ଜମି ପଟ୍ଟା ମାଗି ଧାରଣାରେ ବସିଲେ କୋଟିଆ ପଞ୍ଚାୟତର ଲୋକେ; ଚିନ୍ତାରେ ଓଡ଼ିଶା ସରକାର

ପଟ୍ଟାଙ୍ଗି,୧୦।୧୦(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟ ତହସିଲ କାର୍ଯ୍ୟାଳୟ ସମୁଖରେ ଓଡ଼ିଶାର ସୀମାନ୍ତ ଗ୍ରାମବାସୀ ଜଙ୍ଗଲଜମି ପଟ୍ଟା ପ୍ରଦାନ ଦାବି ଉଠାଇ ଧାରଣା ଦେବା ଦୃଶ୍ୟ...

ଟ୍ରାକ୍‌ରେ ଯାଉଥିଲା ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍‌, ଟନେଲ୍‌ରୁ ଖସିଲା ପଥର, ଆଉ ତା’ ପରେ…

କୋରାପୁଟ/ଲକ୍ଷ୍ମୀପୁର,୧୦ା୧୦(ଅମିତାଭ ବେହେରା/ଅନନ୍ତ ନାୟକ): ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡ଼ା ରେଳପଥରେ ଟନେଲ ମଧ୍ୟରୁ ପଥର ଖସି ରେଳ ଧାରଣା ଉପରେ ପଡ଼ିଲା। ଛିଣ୍ଡିଗଲା ଓଭର ହେଡେ୍‌ଡ...

ରାଜପଥରେ ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ,୯ା୧୦(ଅମିତାଭ ବେହେରା): କୋରାପୁଟରୁ ବିଶାଖାପାଟଣା ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଡୁମୁରିପୁଟଠାରେ ଏକ ସ୍କୁଟି ସହ ଟ୍ରକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

କୋରାପୁଟରେ ଡେଙ୍ଗୁ ଆତଙ୍କ : ୨୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମହିଳା ମୃତ

ନାରାୟଣପାଟଣା,୨୩ା୮(ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ୍‌ରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଖେଳାଇଛି। ଗତ କିଛିଦିନ ମଧ୍ୟରେ ବ୍ଲକ୍‌ରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

କୋରାପୁଟରେ ୧୨ ଘଣ୍ଟିଆ ବନ୍ଦ ପାଳନ

କୋରାପୁଟ,୪ା୧୦: କୋରାପୁଟ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଯୋଗୁ ଜିଲାରେ ଗାଡ଼ି ଚଳାଚଳ ସମ୍ପୂର୍ଣ ଭାବେ ଠପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri