Categories: ଜାତୀୟ

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମିଳିଲାନି

ନୂଆଦିଲ୍ଲୀ,୧୭।୧୦: ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଛନ୍ତି। ରାୟରେ ସମଲିଙ୍ଗୀ ବିବାହ ଆଇନଗତ ଭାବେ ମାନ୍ୟତା ମିଳିବ ନାହିଁ ବୋଲି ସୁପ୍ରିମକୋର୍ଟ କହିବା ସହ ଦମ୍ପତି ୨ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ସମଲିଙ୍ଗୀ ଦମ୍ପତିଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଏକ କମିଟି ଗଠନ କରିପାରନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ହିମା କୋହଲି, ଜଷ୍ଟିସ ଏମ ରବିନ୍ଦ୍ର ଭଟ ଏବଂ ଜଷ୍ଟିସ ପିଏସ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହର ବେଧୀକରଣ ମାମଲାର ୧୦ ଦିନ ଧରି ଶୁଣାଣି କରିବା ପରେ ଏହାର ରାୟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଏହାର ରାୟ ପ୍ରକାଶ କରିଛନ୍ତି। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ସପକ୍ଷରେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ କୌଲ ଥିବାବେଳେ ଜଷ୍ଟିସ କୋହଲି, ଜଷ୍ଟିସ ଭଟ ଏବଂ ଜଷ୍ଟିସ ନରସିଂହଙ୍କ ଭିନ୍ନ ମତ ରହିଥିଲା॥ ଏହିପରି ଭାବରେ ମାମଲା ୩-୨ରେ ଥିଲା। ଏହି ସମୟରେ ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଦେଇଛନ୍ତି।

Share