Categories: ଜାତୀୟ

ରାଜଧାନୀରେ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ,୧୦।୧: ରାଜଧାନୀ ଦିଲ୍ଲୀରେ କରୋନା ସହ ଏହାର ପୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବ୍ୟାପିବାରେ ଲାଗିଛି। ସୋମବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ କୌଣସି ଲକ୍‌ଡାଉନ ପଡ଼ିବ ନାହିଁ, କିନ୍ତୁ କିଛି ପ୍ରତିବନ୍ଧକ ଲଗାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜଧାନୀରେ କୋଭିଡ ପ୍ରୋଟୋକଲକୁ ଅଧିକ କଠୋର ଭାବରେ ପାଳନ କରିବାକୁ ଡିଡିଏମ୍‌ଏ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ୱାଲ କହିଥିଲେ, ଏବେ ଦିଲ୍ଲୀରେ ଲକ୍‌ଡାଉନ ପକାଇବା ଆମର ଉଦ୍ଦେଶ୍ୟ ନାହିଁ। ଏଥିସହିତ ସେ ମାସ୍କ ପିନ୍ଧିବାକୁ ଲୋକଙ୍କୁ ନିବେଦନ କରିଥିଲେ।

Share