Categories: ଜାତୀୟ

ହରିୟାଣାରେ ଆଉ ଲାଗୁ ହେବନି ଲକ୍‌ଡାଉନ

ଚଣ୍ଡିଗଡ଼,୩୦।୮: ହରିୟାଣାରେ ସପ୍ତାହର ଯେଉଁ ୨ ଦିନ ଲକ୍‌ଡାଉନ ନିୟମ ଲାଗୁ କରାଯାଉଥିଲା ଏବେ ସରକାର ଏହାକୁ ହଟାଇ ଦେଇଛନ୍ତି। ଏହି ସୂଚନା ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜ ଟୁଇଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି ଅନ୍‌ଲକ୍‌-୪ରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଉପରେ ଲକ୍‌ଡାଉନ କରିବାର କୌଣସି ଅଧିକାର ଦେଇ ନାହାନ୍ତି। ସେଥିପାଇଁ ହରିୟାଣା ସରକାର ସପ୍ତାହର ଯେଉଁ ୨ ଦିନ ଲକ୍‌ଡାଉନ ଘୋଷଣା କରିଥିଲେ ତାହା ଆଉ ଆଗକୁ ଲାଗୁ କରାଯିବ ନାହିଁ। ସୂଚନାଯୋଗ୍ୟ, ଶନିବାର, ରବିବାର ଶଟ୍‌ଡାଉନ ଲାଗୁ କରିବା ପରିବର୍ତ୍ତେ ଏହାକୁ ସୋମବାର ଓ ମଙ୍ଗଳବାର ଲାଗୁ କରିଥାଆନ୍ତେ। ହେଲେ ଏବେ ସରକାର ଏହି ନିୟମକୁ ଫେରାଇ ନେଇଛନ୍ତି।

Share