Categories: ଜାତୀୟ

କେହି ନେଇ ପାରିବେ ନାହିଁ କୃଷକଙ୍କ ଜମି: ରାଜନାଥ ସିଂ

ନୂଆଦିଲ୍ଲୀ,୨୭ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପାଖାପାଖି ଏକ ମାସ ହେବ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ରବିବାର ହିମାଚଳ ପ୍ରଦେଶ ସରକାରଙ୍କ ୩ ବର୍ଷ ପୁର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମ କଥା ଉଠାଇଥିଲେ । ଏଥିରେ ସେ କହିଛନ୍ତି କୌଣସି ମା’ର ପୁଅ କୃଷକଙ୍କ ଜମି ଛଡାଇ ନେଇ ପାରିବ ନାହିଁ । ଏହି ବ୍ୟବସ୍ଥା ନୂଆ କୃଷି ଆଇନରେ କରାଯାଇଛି । ଏହାକୁ ନେଇ ଭୁଲ୍ ପ୍ରଚାର କରାଯାଉଛି କି କୃଷକଙ୍କ ଜମି କଣ୍ଟ୍ରାକ୍ଟ ଫାର୍ମିଂ ମାଧ୍ୟମରେ ନିଆଯିବ । ରାଜନାଥ କହିଛନ୍ତି ଯେତେବେଳେ ବି ଦେଶରେ ବ୍ୟାପକ ସୁଧାର କରାଯାଇଛି ଏହାର ପ୍ରଭାବ ଦେଖିବାକୁ କିଛି ସମୟ ଲାଗିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି କ୍ଷେତ୍ରରେ ସୁଧାର ଆଣିବାକୁ ଆରମ୍ଭ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ କୃଷକଙ୍କୁ ଅନୁରୋଧ କରିଛନ୍ତି କି ବର୍ଷେ ଦେଢ ବର୍ଷ କୃଷି ସୁଧାରକୁ ଦେଖି ନିଅନ୍ତୁ । ଏହି ଐତିହାସିକ କୃଷି ସୁଧାରରେ ସେହି ଲୋକମାନଙ୍କ ଗୋଡ ତଳୁ ମାଟି ଖସିଯାଇଛି, ଯେଉଁମାନେ କୃଷକଙ୍କ ନାଁରେ ନିଜର ସ୍ୱାର୍ଥ ସାଧନ କରୁଥିଲେ । ସେମାନଙ୍କ ଧନ୍ଦା ଶେଷ ହୋଇଯିବ । ସେଥିପାଇଁ ଜାଣିଶୁଣି ଦେଶର କିଛି ଅଞ୍ଚଳରେ ଏକ ଭୁଲ କାହାଣୀ ତିଆରି କରି କହୁଛନ୍ତି କି ଆମ ସରକାର ଏମ୍‌ଏସ୍‌ପି ବ୍ୟବସ୍ଥା ଉଠାଇ ଦେବାକୁ ଚାହୁଁଛନ୍ତି ।

Share