ମଣ୍ଡି ନାହିଁ, ଫାଇଦାରେ ଆନ୍ଧ୍ର ବେପାରୀ

ପାରଳାଖେମୁଣ୍ଡି, ୭/୩(ଗିରିଧାରୀ ପରିଛା):ଗଜପତି ଜିଲାରେ କପା ମଣ୍ଡିର ସୁବିଧା ନ ଥିବାରୁ କପାଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନର ଦାବି ପରେ ମଧ୍ୟ ଜିଲାରେ କପା ମଣ୍ତି ଖୋଲିପାରିନି। ଏହାର ଫାଇଦା ନେଇ ଆନ୍ଧ୍ର ବ୍ୟବସାୟୀ ଚାଷୀଙ୍କ ଘର ପାଖରୁ କମ ଦରରେ କପା ସଂଗ୍ରହ କରି ନିଜ ରାଜ୍ୟକୁ ନେଇ ଅଧିକ ଦରରେ ବିକି ପ୍ରଚୁର ଲାଭ ଉଠାଉଛନ୍ତି। ଏଠାରେ ମଣ୍ଡି ନ ଥିବା ହେତୁ ଚାଷୀଙ୍କ କପା ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାରରେ କପାକେନ୍ଦ୍ର ଖୋଲି ସେଠାରୁ ଗୁଣୁପୁରରେ ଖୋଲିଥିବା କପାକ୍ରୟ କେନ୍ଦ୍ରକୁ ପଠାଇବା ସୁବିଧା କଲେ ଚାଷୀ ଉପକୃତ ହୋଇପାରିବେ ବୋଲି ଅନେକ କପା ଚାଷୀ ପ୍ରକାଶ କରିଛନ୍ତି। ଏହି ସୁବିଧା ନ ଥିବାରୁ ଗୁଣୁପୁର ମଣ୍ଡିକୁ ନିଜ ଅମଳ କପାକୁ ଚାଷୀ ନିଜସ୍ବ ଖର୍ଚ୍ଚରେ ନେଇଥାନ୍ତି। ସେଠାରୁ ରାୟଗଡାଠାରେ ଥିବା ମଣ୍ଡିକୁ ପଠାଯାଏ। ଏ ନେଇ କପା ଚାଷୀମାନେ ବହୁବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଜଣାଇଛନ୍ତି। ଏଥିପାଇଁ ଅନେକ ଥର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିବା ଚାଷୀ କାର୍ତ୍ତିକ ଶବର, ପ୍ରଶାନ୍ତ ମାଝୀ,ଗଣେଶ ଶବର କହିଛନ୍ତି। ଏ ନେଇ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ରେବତୀ ମୋହନ ରାଉତଙ୍କୁ ପଚାରିବାରୁ ସେ କହିଲେ, ଜିଲାର ସବୁ କପା ଚାଷୀଙ୍କୁ ସୁବିଧା ଯୋଗାଇବା ପାଇଁ ସେଣ୍ଟ୍ରାଲ କଟନ କର୍ପୋରେଶନ ଅଫ୍‌ ଇଣ୍ଡିଆକୁ ଜିଲାପାଳ ବିଜୟ କୁମାର ଦାସ ବହୁବାର ଚିଠି ଲେଖିଥିଲେ। ଏହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ମଧ୍ୟ ବହୁବାର ଟେଣ୍ଡର ବାହାରିଛି। ମାତ୍ର ଏହି ଟେଣ୍ଡର ପ୍ରକ୍ରିୟାରେ କେହି ଅଂଶଗ୍ରହଣ କରୁ ନ ଥିବା ଯୋଗୁ ମଣ୍ଡି ଖୋଲା ହୋଇପାରୁନାହିଁ ବୋଲି ରାଉତ କହିଛନ୍ତି। ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଲେ, ଗଜପତି ଜିଲାରେ ଅଧିକ କପା ଚାଷ ହେଉଥିବା ଯୋଗୁ ଆଗାମୀ ଦିନରେ ଏଠାରେ ଚାଷୀମାନଙ୍କ ପାଇଁ ମଣ୍ତି ଖୋଲିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଚଳିତ ବର୍ଷ ମଣ୍ଡି ଖୋଲିବାକୁ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ଖୁବଶୀଘ୍ର ମଣ୍ଡି ଖୋଲାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କପା ଉତ୍ପାଦନ ହେଉଥିବା ଅଞ୍ଚଳ ବଦଳରେ ଏହା ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପାଇଁ ଟେଣ୍ଡର ପ୍ରକ୍ରିୟା କଲେ ଚାଷୀଙ୍କ କୌଣସି ସୁବିଧା ହୋଇପାରିବ ନାହିଁ ବୋଲି କପା ଚାଷୀ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ସଦର ମହକୁମାକୁ କପା ଆଣିବା ପାଇଁ ପରିବହନ ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ଏହି ମଣ୍ଡି ଯଦି ରାୟଗଡ ବ୍ଲକରେ ଖୋଲେ ତେବେ ଚାଷୀ ଉପକୃତ ହୋଇପାରିବେ। ରାଜ୍ୟ ସରକାର କପା ମୂଲ୍ୟ କୁଇଣ୍ଟାଲ ପ୍ରତି ୭୫୦୦ ଟଙ୍କା ସ୍ଥିର କରିଥିବା ବେଳେ ଜିଲାରେ ମଣ୍ଡି ଅଭାବରୁ କପାଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି। ଚାଷୀଙ୍କ ଘର ସମ୍ମୁଖରୁ କପା ସଂଗ୍ରହ କରି ଅର୍ଥ ଦେଉଥିବାରୁ କୁଇଣ୍ଟାଲ ପ୍ରତି ଧାର୍ଯ୍ୟ ଅର୍ଥ ନ ମିଳିଲେ ମଧ୍ୟ ଚାଷୀ ବାଧ୍ୟ ହୋଇ କମ ଦରରେ କପା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି, କାଶୀନଗର ଏବଂ ଗୋଷାଣି ଅଞ୍ଚଳର ଚାଷୀମାନେ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ରାୟଗଡ଼, ନୂଆଗଡ, ରା.ଉଦୟଗିରି ଏବଂ ମୋହନା ବ୍ଲକର ଚାଷୀମାନେ ଧାନ ଚାଷ ସହ ପନିପରିବା, ମକା ଓ ଅନ୍ୟାନ୍ୟ ଚାଷ କରୁଛନ୍ତି। ରାୟଗଡ ବ୍ଲକର ଅଧିକାଂଶ ଚାଷୀ କେବଳ କପା ଚାଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ, ଜେଲ ଗଲେ ୨

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ଗଡ଼ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମ୍‌ପି ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ...

ଶିଶୁ ଯୌନ ନିର୍ଯାତନା ମାମଲା: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ, ଜଣଙ୍କୁ ୩ ବର୍ଷ ଜେଲ

ଛତ୍ରପୁର,୧୬ା୩ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ପୋଲିସ ଜ଼ିଲାରେ ଘଟିଥିବା ୪ଟି ଶିଶୁ ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହେଇଛନ୍ତି। ସେମାନଙ୍କୁ ଦଣ୍ଡାଦେଶ...

ପୁଞ୍ଜିପତିଙ୍କୁ ସୁହାଉଛି କୃଷି ନୀତି, ଋଣଗ୍ରସ୍ତ ହୋଇ ଚାଷୀ ଆପଣାଉଛନ୍ତି…

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସାୟଂ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ...

ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି।...

ମଇଁଷି ଚୋରି ଅଭିଯୁକ୍ତ କୋର୍ଟ ଚାଲାଣ

ଲାଞ୍ଜିଗଡ଼, ୧୬ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ଗ୍ରାମରୁ ବୁଧବାର ରାତିରେ ଦୁଇଗୋଟି ମଇଁଷି ଚୋରି ଅଭିଯୋଗରେ...

ଚକୋଲେଟ୍‌ ଦେଇ ଶିଶୁକୁ କରିନେଲେ ଅପହରଣ

ବଡ଼ମ୍ବା,୧୬ା୩(ମାୟାଧର ମଲ୍ଲିକ): ଚକୋଲେଟ ଦେଇ ଶିଶୁ ଅପହରଣ କରାଯାଇଥିବା ଘଟଣାକୁ ନେଇ ବଡ଼ମ୍ବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅବଶ୍ୟ ଅପହରଣ ଶିଶୁଟି ରବିବାର ବଡ଼ମ୍ବା...

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ...

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image