Posted inଫୁରସତ

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। ବିହାର ଭାଗଲପୁର ଜିଲାର ଚନ୍ନୋହଲି ଗାଁରେ ଦେଖିବାକୁ ମିଳେ ଏମିତି ଦୃଶ୍ୟ। ଏହି ଗାଁରେ ପାଖାପାଖି ୬ହଜାର ଲୋକ ବସବାସ କରନ୍ତି। ହେଲେ ଏହି ଗାଁକୁ ଗମନାଗମନର ସୁବିଧା ନାହିଁ। ଆଉ ଏହି ଗାଁ ଦେଇ ବହି ଯାଇଛି ଚାନ୍ଦନ ନାମକ ଏକ ନଦୀ। ଯାହା ଗାଁରେ ତିନି ପାର୍ଶ୍ୱକୁ ଲାଗି ରହିଛି। ଫଳରେ ଏହି ଗାଁକୁ ଯିବାକୁ ସଡ଼କର ବ୍ୟବସ୍ଥା ନାହିଁ। ଅନେକ ଥର ଗାଁ ଲୋକଙ୍କ ଉଦ୍ୟମରେ କଚା ସଡ଼କ ଅବା ବାଉଁଶ ପୋଲ ତିଆରି କରି ବାହାରକୁ ଯିବା ଆସିବାର ବ୍ୟବସ୍ଥା କରାଯାଉଥିବା ବେଳେ ଏହା ଉପରେ କିନ୍ତୁ ଭରସା କରି ହୁଏ ନାହିଁ। ଆଉ ବର୍ଷା ଦିନେ ତ ଏହା ବାହ୍ୟ ଜଗତଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ କହିଲେ ଚଳେ। ଯେହେତୁ ଏହି ଗାଁକୁ ରାସ୍ତାର ସୁବିଧା ନାହିଁ ସେଥିପାଇଁ କେହି ଏହି ଗାଁରୁ ଝିଅ ଆଣିବାକୁ ଅବା ଝିଅ ଦେବାକୁ ଇଚ୍ଛା ପସନ୍ଦ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଅଣ୍ଡାର ଦାମ୍‌ କରିଦେବ…

ଡାକ୍ତର କହନ୍ତି ‘ସଣ୍ଡେ ହୋ ୟା ମଣ୍ଡେ ରୋଜ୍‌ ଖାଓ ଅଣ୍ଡେ’। ତେଣୁ ଅନେକେ ନିଜର ପ୍ରତିଦିନର ଡାଏଟ୍‌ରେ ଅଣ୍ଡା ସାମିଲ କରିଥାନ୍ତି। ହେଲେଏମିତି ଏକ...

WhatsApp ଆଣିଲା ନୂଆ ଫିଚର: ଏଣିକି ୟୁଜର ଷ୍ଟାଟସ୍ ଅପଡେଟ୍‌ରେ ଗୀତ ରଖିପାରିବେ

ନୂଆଦିଲ୍ଲୀ,୬।୪: ମେଟା-ମାଲିକାନାଧୀନ ପ୍ଲାଟଫର୍ମ ହ୍ୱାଟସଆପ୍ ଏକ ନୂତନ ଫିଚର ଆଣିଛି ଯାହା ୟୁଜରମାନଙ୍କୁ ସେମାନଙ୍କର ଷ୍ଟାଟସ୍ ଅପଡେଟରେ ଗୀତ ଯୋଡ଼ିବାକୁ ଅନୁମତି ଦେବ। ଏହି ଫିଚର,...

୭ ବର୍ଷରେ ୨୦ଥର ବିବାହ କରି ଚର୍ଚ୍ଚାରେ ଏହି ଯୁବତୀ, ଦୈନିକ ରୋଜଗାର କରୁଛନ୍ତି ୧୭ ହଜାର

ବେଜିଂ: ସମ୍ପ୍ରତି ଚାଇନାରେ ସାମାଜିକ ଚାପର ମୁକାବିଲା ପାଇଁ ଛଦ୍ମ ବିବାହର ଧାରା ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ଚାଇନାର ଚେଙ୍ଗଦୁ ସହରର କାଓ ମେଇ...

ଷ୍ଟେଜ୍‌ ଉପରେ ହସିହସି ବିଦାୟୀ ଭାଷଣ ଦେଉଥିଲେ ଛାତ୍ରୀ , ହଠାତ୍‌ ଟଳିପଡ଼ିଲେ, ଭାଇରାଲ ହେଉଛି ମୃତ୍ୟୁର ଲାଇଭ୍‌ ଭିଡିଓ…

ମୁମ୍ବାଇ,୬ା୪: ମହାରାଷ୍ଟ୍ରର ଧାରାଶିବ୍‌ରୁ ଏକ ହୃଦୟବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଛାତ୍ରୀ ଜଣକ ବିଦାୟ ସମାରୋହରେ ମଞ୍ଚ ଉପରେ ଖୁବ୍‌ ହସିହସି ଭାଷଣ ଦେଉଥିଲେ।...

ଅନ୍ତଃବସ୍ତ୍ର ପିନ୍ଧି ନ ଥିଲେ ହେବ ଜେଲ୍‌ , ଗଣିବାକୁ ପଡିବ ଜରିମାନା

ପ୍ରତ୍ୟେକ ଦେଶର ଏକ ଭିନ୍ନ ଆଇନଗତ ବ୍ୟବସ୍ଥା ଅଛି ଏବଂ ଅନେକ ପ୍ରକାରର ଆଇନ ଅଛି। ଭାରତ ଅନୁସାରେ ଏପରି ଅନେକ ସହର ଅଛି ଯେଉଁଠାରେ...

ଅଫିସ ନା ଜେଲ୍‌? ଏଠାରେ କର୍ମଚାରୀଙ୍କୁ ମିଳିଥାଏ ଏମିତି ଦଣ୍ଡ, ଜାଣିଲେ…

ଯେକୌଣସି କମ୍ପାନୀରେ କାମ କରିବା ପାଇଁ କର୍ମଚାରୀଙ୍କୁ ଏପରି ଏକ ପରିବେଶ ଆବଶ୍ୟକ, ଯେଉଁଥିରେ କର୍ମଚାରୀ ତାଙ୍କ କାର୍ଯ୍ୟକୁ ସକାରାତ୍ମକ ଶକ୍ତି ସହିତ ଶେଷ କରିପାରିବେ।...

ଘରେ ବସି କରନ୍ତୁ ମ୍ୟୁଚୁଆଲ ଫଣ୍ଡର KYC, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ

ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ କିମ୍ବା ଡିମାଟ ଆକାଉଣ୍ଟ ଖୋଲି ଏହା କରିପାରିବେ।...

Viral Video: କୁନି ଝିଅକୁ ଝାମ୍ପି ନେବାକୁ ଉଡି ଆସିଲା ବିଶାଳକାୟ ଚିଲ, ଆଉ ତା’ ପରେ ଯାହା ହେଲା ଦେଖିଲେ… 

ସୋସିଆଲ ମିଡିଆରେ ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଚିଲ ଏକ ଝିଅକୁ ଉଠାଇନେବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଯିଏ ଉକ୍ତ ଭିଡିଓକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image